ଭୁବନେଶ୍ୱର: ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣାରେ ଆଜି ଜେଏମଏଫସି କୋର୍ଟରେ ଶୁଣାଣି ହୋଇଛି। ଏହି ହାଇପ୍ରୋଫାଇଲ ଲୁଟ ଘଟଣାରେ ନିର୍ଦ୍ଦୋଷରେ ଖଲାସ ହୋଇଛି ଲୁଟେରା। ସାକ୍ଷ୍ୟପ୍ରମାଣ ଅଭାବରୁ ଜେଲରୁ ମୁକୁଳିଛି ସ୍ପାଇଡର ଲୁଟେରା ସତୀଶ। ଆବଶ୍ୟକ ତଥ୍ୟ ପ୍ରମାଣ ଦାଖଲ କରିନପାରିବାରୁ ଜେଏମଏଫସି-୩ କୋର୍ଟ ପକ୍ଷରୁ ସ୍ପାଇଡର ସତୀଶଙ୍କୁ ନଟ୍ ଫାଉଣ୍ଡ ଗିଲ୍ଟି କରି ଖଲାସ୍ କରାଯାଇଛି।
୨୦୨୫ ଜାନୁଆରୀ ୨୬ରେ ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଳାକନା ବୁଲାଇଥିଲା ଏହି ଲୁଟେରା।ଅଧରାତିରେ ନୟାପଲ୍ଲୀ ସ୍ଥିତ ଘରେ ପଶି ଲୁଟିନେଇଥିଲା ସୁନାଗହଣା ସହି ଟଙ୍କା ଓ ଦାମୀ ଘଡ଼ି। ନିରଞ୍ଜନଙ୍କ ଘରୁ ଚୋରି ପରେ ସେ ପ୍ରଥମେ ବରମୁଣ୍ଡା ଯାଇ ବସ୍ ଯୋଗେ ବିଜୟନଗରମ୍ ଖସିପଳାଇଥିଲା। କିନ୍ତୁ ସ୍ପାଇଡର୍ ସତୀଶ ପିନ୍ଧିଥିବା ରେଡିୟମ୍ ଜୋତା ହିଁ ତାକୁ ଧରା ପକାଇଦେଲା।
କମିଶନରଟେ ପୋଲିସ ତଦନ୍ତର ଦିଗ ଆଗକୁ ବଢାଇବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜରୁ ରେଡିୟମ୍ ଜୋତା ସହ ସାମ୍ନାକୁ ଆସିଥିଲା ସତୀର ଚେହେରା। ପରବର୍ତ୍ତୀ ସମୟରେ କାରି ସତୀ ବାବୁ ଓରଫ ସ୍ପାଡର ସତୀଙ୍କୁ ଗିରଫ କରିଥିଲା ପୋଲିସ। ବିଶାଖାପାଟଣାର ଏକ ଗହଣା ଦୋକାନରୁ ସତୀଶକୁ ଧରିଥିଲା ପୁଲିସ। ସ୍ପାଇଡର ସତୀର ବୟସ ୪୦ ବର୍ଷ। ତା ଘର ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାରେ। ସେ କାନ୍ଥ ଡେଇଁ ଅନାୟାସରେ ଯାଇ ଚୋରି କରିବାରେ ମାହରି।
ଅଧିକ ପଢନ୍ତୁ: ମଝି ସମୁଦ୍ରରୁ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ର ନିଖୋଜ; ତୁରନ୍ତ ସହାୟତା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ