ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହୋଇପଡ଼ିଛି । ଆଜି ମଧ୍ୟ ୬ଟି ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ହିଟ୍ ହେଭ୍ ସତର୍କ ସୂଚନା ଜାରି କରିଛି । ହିଟ୍ ୱେଭ୍ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, କେନ୍ଦୁଝର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗିର । ସେହିପରି ୧୭ଟି ଜିଲ୍ଲାକୁ ଗୁଳୁଗୁଳି ପାଇଁ ୟେଲୋ ସତର୍କ ସୂଚନା ଦିଆଯାଇଛି । ଆଗାମୀ ୨୬ ତାରିଖଠାରୁ ରାଜ୍ୟରେ କାଳବୈଶାଖୀ ଝଡ଼ର ପ୍ରଭାବ ଦେଖିବାକୁ ମିଳିପାରେ ।
ଗତକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଥିଲା । ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ଜିଲ୍ଲାରେ ପରିଣତ ହୋଇଥିଲା । ଝାରୁସୁଗୁଡ଼ା ଓ ତାଳଚେର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା ।
ସେପେଟେ ଅସହ୍ୟ ଗରମକୁ ଦେଖି ରାଜ୍ୟ ସରକାର ବିଦ୍ୟାଳୟକୁ ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୭ ତାରିଖ ଦିନ ସରକାରଙ୍କ ଛୁଟି ସମ୍ବନ୍ଧରେ ଘୋଷଣା କରିପାରନ୍ତି ।