ଗଜପତି: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମୁନିନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଉପ-ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଆସନ୍ତା ୨୫ ଓ ୨୬ ତାରିଖରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ାଙ୍କ ୨ଦିନିଆ ଗଜପତି ଜିଲ୍ଲା ଗସ୍ତକୁ ନେଇ ବିଭିନ୍ନ ଲାଇନ ବିଭାଗୀୟ ଅଧିକାରୀ ମାନଙ୍କ ସହ ପୁଙ୍ଖାନୁପଙ୍ଖ ଆଲୋଚନା କରଯାଇଛି । ଶ୍ରୀମତୀ ପରିଡ଼ା ଆସନ୍ତା ୨୫ ତାରିଖ ଦିନ ଜୀରାଙ୍ଗ ଠାରେ ନିର୍ମାଣ ହେବାକୁଥିବା ପ୍ରତୀକ୍ଷା ଗ୍ରୁପ୍ରରେ ପଞ୍ଚତାରକା ହୋଟେଲର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଅଛି। ସେହିପରି ଉକ୍ତ ଦିନ ଅପରାହ୍ନରେ କଇଁପୁର ଠାରେ ୨ ଦିନିଆ ମହେନ୍ଦ୍ରଗିରି ଇକୋ ଏଡଭେନ୍ଚର ଫେଷ୍ଟ ୨୦୨୬ର ଶୁଭ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଅଛି। ଏଥି ନିମନ୍ତେ ସମସ୍ତ କାର୍ଯକ୍ରମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବୈଠକରେ ଆଲୋଚନା ହୋଇଥିଲା।
ଉକ୍ତ ବୈଠକରେ ଶ୍ରୀ କେ.ନାଗରାଜୁ ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି, ଶ୍ରୀ ଦୟାମୟ ପାଢ଼ୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି, ଶ୍ରୀ ଅଂଶୁମାନ ମହାପାତ୍ର,ପ୍ରକଳ୍ପ ପ୍ରଶାସକ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି,ଶ୍ରୀ ପୃଥ୍ଵୀରାଜ ମଣ୍ଡଳ, ଅତିରିକ୍ତ ନିର୍ବାହୀ ଅଧିକରୀ ଜିଲ୍ଲାପରିଷଦ ଗଜପତି, ଶ୍ରୀ ଅନୁପ ପଣ୍ଡା, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି, ଶ୍ରୀ ମାଧବନନ୍ଦ ନାୟକ, ଉପଖଣ୍ଡ ପୋଲିସ ଅଧିକାରୀ ପାରଳାଖେମୁଣ୍ଡି ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ପ୍ରମୁଖ ବୈଠକ ଉପସ୍ଥିତ ଥିଲେ।