ଢେଙ୍କାନାଳ: ଲକ୍ଷ୍ମୀ ମୂର୍ତି ବିସର୍ଜନ ବେଳେ ଗଣ୍ଡଗୋଳ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ନିମାପଡା ଅଂଚଳର କିଛି ଯୁବକ ଓ କୋଣାର୍କ ଥାନା ଅଂଚଳର କିଛି ଯୁବକ ଚନ୍ଦ୍ରଭାଗାରେ ଲକ୍ଷ୍ମୀ ମୂର୍ତି ବିସର୍ଜନ କରିବାକୁ ଯାଇଥିଲେ । ଏହି ସମୟରେ କୈାଣସି କାରଣକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ୫ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ତେବେ ଗୁରୁତର ମାନଙ୍କୁ ଉଦ୍ଧାର କରି ପ୍ରଥମେ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି ।
ଅଧିକ ପଢନ୍ତୁ: ସକାଳୁ ସକାଳୁ କୋହଲା ପାଗ ସାଙ୍ଗକୁ କୁହୁଡି