ନୂଆଦିଲ୍ଲୀ: ଛୋଟ ଛୋଟ ଶିଶୁଙ୍କ ପାଇଁ ଘାତକ ସାଜିଥିବା "କୋଲଡ୍ରିଫ୍" କଫ୍ ସିରପ୍ ନିର୍ମାତା କମ୍ପାନୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶ୍ରୀସାନ୍ ଫାର୍ମାସିଟିକାଲ୍ସ କମ୍ପାନୀର ଲାଇସେନ୍ସ ରଦ୍ଦ କରିଛନ୍ତି ତାମିଲନାଡ଼ୁ ସରକାର ।
ତାମିଲନାଡୁ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ କମ୍ପାନୀର ଲାଇସେନ୍ସ ରଦ୍ଦ କରିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ତଦନ୍ତ ସମାପ୍ତ ହେବା ପରେ କମ୍ପାନୀକୁ ଆନୁଷ୍ଠାନିକ ଭାବରେ ବନ୍ଦ କରିଦିଆଯାଇଛି । କୋଲଡ୍ରିଫ୍ କଫ୍ ସିରପରେ ଅତ୍ୟଧିକ ପରିମାଣର ଡାଇଥାଇଲିନ୍ ଗ୍ଲାଇକଲ୍ ଥିବା ଜଣାପଡ଼ିଛି। ତତସହିତ ରାଜ୍ୟ ସରକାର ରାଜ୍ୟର ସମସ୍ତ ଔଷଧ କମ୍ପାନୀଗୁଡ଼ିକର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଅପରପକ୍ଷରେ ମାମଲାରେ ଗିରଫ ହୋଇଥିବା କୋର୍ଟ ଶ୍ରୀସାନ୍ କମ୍ପାନୀର ମାଲିକ ଏସ. ରଙ୍ଗନାଥନଙ୍କୁ ୧୦ ଦିନର ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି। ଅକ୍ଟୋବର 9ରେ ରଙ୍ଗନାଥନଙ୍କୁ ମଧ୍ୟପ୍ରଦେଶ ଏସଆଇଟି ଗିରଫ ତାମିଲନାଡ଼ରୁ ଗିରଫ କରିଥିଲା । ଏହି କଫ୍ ସିରପ୍ ସେବନ ଯୋଗୁଁ କେବଳ ମଧ୍ୟ ପ୍ରଦେଶରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି ।