ଭୁବନେଶ୍ୱର : ସକାଳୁ ସକାଳୁ କୋହଲା ପାଗ ସାଙ୍ଗକୁ ପ୍ରବଳ କୁହୁଡି ଅନୁଭୂତ ହେଉଛି। ଏପରିକି କୁହୁଡି ଯୋଗୁ ୧୦୦ ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନାହିଁ। ତେବେ ଅଧିକାଂଶ ଲୋକେ ଏହି କୋହଲା ପାଗର ମଜା ନେଉଛନ୍ତି।ଓଡ଼ିଶାରୁ ଫେରିଯିବ ମୌସୁମୀ। ଓଡ଼ିଶାରୁ ଦୁଇ ତିନି ଦିନ ଭିତରେ ମୌସୁମୀ ଲେଉଟିବା ଆରମ୍ଭ ହେବ। ମୌସୁମୀ ଲେଉଟାଣି ପାଇଁ ପାଗ ଅନୁକୁଳ ରହିଛି। ଅନ୍ୟପଟେ ଉତ୍ତର ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି।
ତେବେ ଆଜି ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ। କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୧୫ ତାରିଖରୁ ରାଜ୍ୟରେ ଶୀତ ପଡ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାସହିତ ଚଳିତ ବର୍ଷ ଅଧିକ ଶୀତ ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଇଛି।