ଆଠଗଡ : ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ। କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ଏଥିପାଇଁ ସକାଳୁ ସକାଳୁ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି। ଭକ୍ତମାନେ ହାତରେ ଭୋଗ, ଫୁଲ,ଦୀପ ନେଇ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଅପେକ୍ଷା କରିଛନ୍ତି।
ତେବେ କଟକ ଜିଲ୍ଲା ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ବର ଙ୍କୁ ଦର୍ଶନ କରୁଛନ୍ତି। ରାତି ୪ଟାରୁ ବାବାଙ୍କର ପହଡ ଖୋଲାଯାଇଥିଲା। ଏହାପରେ ୧୦୮ ଗରା ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ , ମଇଲମ, ବାଳଭୋଗ ଆଦି କରାଯାଇଥିଲା। ସେପଟେ ଭିଡକୁ ଆଖି ଆଗରା ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହାସହିତ ସମସ୍ତ ଭକ୍ତମାନେ ଶୃଙ୍ଖଳିତ ଭାବେ ଧାଡି ବାନ୍ଧି ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବାକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ସକାଳୁ ସକାଳୁ କୋହଲା ପାଗ ସାଙ୍ଗକୁ କୁହୁଡି