ଭୁବନେଶ୍ୱର: ବିଜୁ ଜନତା ଦଳର ପଦଯାତ୍ରା ଆରମ୍ଭ ହୋଇଥିବାବେଳେ ଏଥିରେ ସଭାପତି ନବୀନ ପଟ୍ଟନାୟକ ଯୋଗ ନଦେବାକୁ ନେଇ ବିରୋଧୀ ଅନେକ ପ୍ରଶ୍ନ ଉଠାଇଛନ୍ତି । ଏବେ ଏହି ପଦଯାତ୍ରାରେ ସାମିଲ ହେବେ ନବୀନ । ଅକ୍ଟୋବର ୧୬ ଜନ୍ମଦିନରେ ହିଁ ପଦଯାତ୍ରା କରିବେ ସୁପ୍ରିମୋ ।
ବିଜେଡ଼ି ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ ସୂଚନା ମୁତାବକ, ନବୀନ ପଟ୍ଟନାୟକ ଗଙ୍ଗନଗର ୱାର୍ଡ ନଂ ୫୨ରେ ଜନସଂପର୍କ ପଦଯାତ୍ରା କରିବେ । ସେହିଦିନ ଏସ୍ଓଏସ୍ ଭିଲେଜ ଯାଇ ମିଷ୍ଟାନ୍ନ ବଣ୍ଟନ କରିବେ ଏବଂ କର୍ମୀମାନେ ଶୁଭେଚ୍ଛା ଜଣାଇବେ ।
ଅକ୍ଟୋବର 9 ତାରିଖର ବିଜେଡ଼ିର ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନୀରେ ପୁରୀ ସାକ୍ଷୀଗୋପାଳ ସୁଆଣ୍ଡୋ ଗ୍ରାମରୁ ପଦଯାତ୍ରା ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ସଭାପତି ପଦାଯାତ୍ରାରେ ସାମିଲ ନ ହେବା ନେଇ ଅନେକ ପ୍ରଶ୍ନ ଉଠିଥିଲା ।