ମୟୁରଭଞ୍ଜ: ଘରେ ପଶି ଭୁଜାଲିରେ ହାଣି ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର । ଏଭଳି ଗୋଟିଏ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଝିଙ୍କପଦା ଗ୍ରାମରେ । ପୋଲିସ ଏ ସମ୍ପର୍କରେ ଖବର ପାଇ ଅଧିକା ତଦନ୍ତ ଚଳାଇଛି ।
ସୂଚନା ଅନୁସାରେ, ୪ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି କାର୍ତ୍ତିକେଶ୍ୱର ସାହୁଙ୍କ ଘରେ ଭୁଜାଲି ଓ ବନ୍ଧୁକ ଧରି ପଶିଥିଲେ । ଘରେ ପଶି ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ପ୍ରଥମେ ଭୁଜାଲିରେ ହାଣି ପରେ ବନ୍ଧୁକ ଦେଖାଇ ଲକ୍ଷାଧିକ ସାମଗ୍ରୀ ଲୁଟ କରିଛନ୍ତି । ଦୁର୍ବୃତ୍ତ ମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି । ଘରୁ ଲୁଟି ସାରିବା ପରେ ଘରେ ସମସ୍ତଙ୍କୁ ତାଲା ମାରି ପଳାଇଥିଲେ । ତିନି ଘଣ୍ଟା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇୟଛି । ସେପଟେ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ଗୁରୁତର ଦମ୍ପତ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।