କନ୍ଧମାଳ: ଯୁବକଙ୍କୁ ମରଣାତ୍ମକ ଆକ୍ରମଣ । ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହସିଂ ଗୋଇବନ୍ଧାରେ ଘଟିଛି ।
ସୂଚନା ଅନୁସାରେ, ଖଡ଼ଗ ନଦୀ କୂଳରେ ପିକନିକ କରୁଥିବା ବେଳେ କୌଣସି କାରଣ କୁ ନେଇ ଦଣ୍ଡପଦର ଗାଁର ଯୁବକ ଏବଂ ବଗାଡ ଗାଁର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳକୁ ଶାନ୍ତ କରିବାକୁ ଯାଇ ଦଣ୍ଡପଦାର ଯୁବକଙ୍କ ଠାରୁ ମାଡ଼ ଖାଇଲେ ମହସିଂର ବୁଟୁଲୁ ପାତ୍ର । ସଂଘବଦ୍ଧ ଭାବେ ତାଙ୍କ ଉପରକୁ ଆକ୍ରମଣ କରି ମାରଣାସ୍ତ୍ର ସମେତ ଠେଙ୍ଗା ବାଡ଼ିରେ ପିଟି ଅଚେତ ଅବସ୍ଥାରେ ତାଙ୍କୁ ନଦୀରେ ଫିଙ୍ଗି ଦେଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଥିଲା।
ବୁଟୁଲୁ ପାତ୍ରଙ୍କର ଶରୀରର ବିଭିନ୍ନ ଅଙ୍ଗରେ ଗଭୀର ଆଘାତ ଲାଗିଥିଲା। ଏନେଇ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବାଲିଗୁଡା ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁକରି ତଦନ୍ତ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତୁରନ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।