ଭୁବନେଶ୍ୱର : ସାରା ଦେଶ ପାଳିବାକୁ ଯାଉଛି ୭୯ ତମ ସ୍ବାଧିନତା ଦିବସ। ଏଥିପାଇଁ ଆରମ୍ଭ ହୋଇଗଲାଣି ସମସ୍ତ ପ୍ରସ୍ତୁତି। ଏପରିକି ଏହି ଅବସରରେ ଭୁବନେଶ୍ବର ଗାନ୍ଧୀମାର୍ଗରେ ଆଜି ପରେଡ୍ ରିହର୍ସଲ ଆୟୋଜିତ ହୋଇଛି। ଚଳିତ ବର୍ଷ ସ୍ୱାଧୀନତା ଦିବସରେ ପୁଲିସ ବ୍ୟାଣ୍ଡ ସହ ବିଭିନ୍ନ ସ୍କୁଲର ବ୍ୟାଣ୍ଡ ମଧ୍ୟ ପରେଡ୍ ସମାରୋହରେ ତାଙ୍କ କମାଲ ଦେଖାଇବାକୁ ଯାଉଛନ୍ତି। ଏଥର ସ୍ବାଧୀନତା ଦିବସ ପରେଡ୍ ସମାରୋହରେ ନେତୃତ୍ଵ ନେବେ କଣ୍ଟିଜେଣ୍ଟ କମାଣ୍ଡର ଅନନ୍ୟା ଅବସ୍ତି। ଏଥର ଏହି ପରେଡ୍ ସମାରୋହରେ ନୂତନ ଭାବେ ସାମିଲ୍ ହୋଇଛନ୍ତି ଆନ୍ଧ୍ର ପୁଲିସ ।
ତେବେ ଏହି ରାଜ୍ୟସ୍ତରୀୟ ପରେଡ୍ ସମାରୋହରେ ପୋଲିସର ବିଭିନ୍ନ ପ୍ଲାଟୁନ ଯଥା ଓଏସଏଏର, ଆଇର ବାଟାଲିୟନ, ଏସଓଜି, ଓଏସଏଏଫ, ଓଆଇଏସଏଫ, ଓଡ୍ରାଫ, ଟ୍ରାଫିକ ପୁଲିସ ସହ ଫାୟର ସର୍ଭିସ୍ ଏବଂ ଆଇଟିଇବିପି, ଏନଡିଆରଏଫ, ବିଏସଏଫ୍, ସିଆରପିଏଫ୍, ଓଡ୍ରାଫ ଟିମ ଭଳି ୫୦ଟି କଣ୍ଟିଜେଣ୍ଟ। ଏହାସହ ଏକାଧିକ ସ୍କୁଲ ଛାତ୍ରଛାତ୍ରୀ ମାନେ ପରେଡରେ ଅଂଶଗ୍ରହଣ କରିବେ। ଏହାସହିତ ବିଭିନ୍ନ ସ୍ଥାନରେ ଆଜି ତ୍ରିରଙ୍ଗା ଶୋଭାଯାତ୍ରା ସହ ତ୍ରିରଙ୍ଗା ବାଇକ ରାଲିର ମଧ୍ୟ ଆୟୋଜନ କରାଯାଇଛି।