ଭଦ୍ରକ: ବିଜେଡିକୁ ବଡ଼ ଝଟକା। ଦଳ ଛାଡ଼ିଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ଦଳରୁ ଇସ୍ତଫା ଦେଇଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ତେବେ ବ୍ୟକ୍ତିଗତ କାରଣ ପାଇଁ ସେ ବିଜେଡି ଛାଡ଼ିଥିବା କହିଛନ୍ତି । ବିଜେଡି ସଭାପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ସେ ପୂର୍ବରୁ ଦଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
୨୦୦୩ ମସିହାରେ ପ୍ରୟାସକାନ୍ତି ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ଭାବେ ର୍ନିବାଚିତ ହୋଇଥିଲେ। ଏହା ସହିତ ସେ ବିଜେଡିର ରାଜ୍ୟ ସମ୍ପାଦକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତେବେ ପ୍ରୟାସକାନ୍ତିଙ୍କ ଦଳ ଛାଡ଼ିବା ନିଷ୍ପତି ଭଦ୍ରକ ଜିଲାରେ ବିଜେଡିର ସଙ୍ଗଠନକୁ ଆହୁରି ଦୁର୍ବଳ କରିପାରେ ବୋଲି ଅନୁମାନ କରାଯାଉଛି। ଏହା ସହିତ ସେ ଆଗକୁ କେଉଁ ରାଜନୈତିକ ଦଳରେ ଯୋଗ ଦେବେ କିମ୍ବା ସ୍ବାଧୀନ ଭାବେ ରାଜନୀତି କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।