ଭୁବନେଶ୍ୱର : କୋଭିଡ୍ ନେଇ ରାଜ୍ୟବାସୀଙ୍କୁ ଅପିଲ୍ କଲେ ସ୍ୱାସ୍ଥ୍ୟମନ୍ତ୍ରୀ । କେହି ଭୟଭୀତ ହୁଅନ୍ତୁ ନାହିଁ କହିଲେ ମୁକେଶ ମହାଲିଙ୍ଗ । ସରକାରଙ୍କ ନଜରରେ ଅଛି, ସବୁ ପ୍ରକାର ପଦକ୍ଷେପ ନିଆଯାଉଛି । ଡେଙ୍ଗୁ ନିୟନ୍ତ୍ରଣ ନେଇ ମଧ୍ୟ କାମ ଚାଲିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ରାଜ୍ଯରେ ଏଯାବତ୍ ୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନା ଥାଉକି କୋଭିଡର ନୂଆ ଭାରିଆଣ୍ଟ NB.1.8.1 ଆମେରିକାରେ ଚିହ୍ନଟ ହୋଇଛି । ମାର୍ଚ୍ଚ ଶେଷ ଏବଂ ଏପ୍ରିଲ ଆରମ୍ଭ ମଧ୍ୟରେ ଆମେରିକା ବିମାନବନ୍ଦରରେ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ମଧ୍ୟରେ ଏହା ଚିହ୍ନଟ ହୋଇଥିବା ଜଣାପଡିଛି । କୋଭିଡର ଏହି ନୂଆ ଭାରିଆଣ୍ଟ NB.1.8.1 ଅତ୍ୟନ୍ତ ସଂକ୍ରାମକ ଏବଂ ଦୃତ ଗତିରେ ବ୍ୟାପୁଛି । କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀରେ ରାଜ୍ୟ ସହ କୋଭିଡ ସ୍ଥିତି ନେଇ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ କଣ ସତର୍କତାମୂଳକ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ଏହାସହିତ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ଗାଇଡଲାଇନ୍ ମଧ୍ୟ ନିର୍ଦ୍ଧାରିତ କରାଯିବ ।