କଟକ: ବିଳମ୍ବରେ ଅଫିସ ଆସିବା ମହଙ୍ଗା ପଡିଲା । ୧୫ ଜଣ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ କିଛି ଦିନ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଥିଲା ଯେ, ସମସ୍ତ କର୍ମଚାରୀଙ୍କୁ ସର୍ବନିମ୍ନ ୭ ଘଣ୍ଟା ୩୦ ମିନିଟ୍ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପଡିବ । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ବ୍ୟତିକ୍ରମ ଦେଖାଯାଇଛି । ନିୟମକୁ ଉଲଘଂନ କରିବା ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡିଲା । କଟକ CDA ର ୧୫ ଜଣ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀଙ୍କ ଦରମା ବନ୍ଦ କରିବା ପାଇଁ CDA ସଚିବଙ୍କ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି ।
ସକାଳ ୧୦ଟା ସୁଦ୍ଧା ଅଫିସ୍ ଆସିବେ ଏବଂ ସନ୍ଧ୍ୟା ୫ଟା ୩୦ ପରେ ଘରକୁ ଯିବେ । ସର୍ବନିମ୍ନ ୭ ଘଣ୍ଟା ୩୦ମିନିଟ୍ କାର୍ଯ୍ୟାଳୟରେ କର୍ମଚାରୀ ରହିବେ । କାର୍ଯ୍ୟ ସମୟ ୪ ଘଣ୍ଟାରୁ କମ୍ ହେଲେ ଗୋଟିଏ ଦିନର ଛୁଟି କାଟି ଦିଆଯିବ । ଗୋଟିଏ ମାସରେ ତିନି ଦିନ ବିଳମ୍ବରେ ଉପସ୍ଥିତ ରହିଲେ ଗୋଟିଏ ଦିନର ଛୁଟି ବାତିଲ ହେବ । ଠିକ ସମୟରେ କାର୍ଯ୍ୟଳୟକୁ କର୍ମଚାରୀ ଆସିବେ ବୋଲି ନୂଆ ନିୟମ ଲାଗୁ କରାଯାଇଥିଲା । କିନ୍ତୁ କର୍ମଚାରୀମାନେ ଏଥିରେ ଅବହେଳା କରୁଛନ୍ତି ।