ଭୁବନେଶ୍ୱର: ବୈଷୟିକ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବହୁ ଶୀଘ୍ର ବଡ଼ ଘୋଷଣା କରିବେ ସରକାର । ବୈଷୟିକ ଶିକ୍ଷାରେ ବହୁ ଶୀଘ୍ର ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ମିଳିବ । ସେଥିପାଇଁ ସରକାର ସମସ୍ତ ସ୍ଥିତି ଅନୁଧ୍ୟାନ ମଧ୍ୟ କରୁଛନ୍ତି । ଏନେଇ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି ।
ରାଜ୍ୟ କ୍ୟାବିନେଟ ବୈଠକରେ ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ପରବର୍ତ୍ତୀ ସମୟରେ ମେଡିକାଲ ଏବଂ ବୈଷୟିକ ଶିକ୍ଷାରେ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦେବାକୁ ସରକାର ତୁରନ୍ତ ନିଷ୍ପତ୍ତି ନେବେ । ରାଜ୍ୟରେ ବିଜେପି ସରକାର ଆସିବା ପରେ ସବୁ ବର୍ଗର ଛାତ୍ରଛାତ୍ରୀ କିପରି ସମସ୍ତ ସୁବିଧା ସୁଯୋଗ ପାଇବେ, ଛାତ୍ରଛାତ୍ରୀମାନଙ୍କର ବିକାଶ କିପରି ହେବ । ସେନେଇ ନିଷ୍ପତ୍ତି ନିଆଯାଉଛି । ବିଜେପି ସରକାର ନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଳନ କରୁଛନ୍ତି । ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସାମିଲ କରାଯାଉଛି ।