ଯାଜପୁର: ଯାଜପୁର ବ୍ଲକ ସିମିଳିଆ ଗାଁରେ ପ୍ରଶାସନ ପକ୍ଷରୁ ଚାଲିଛି ଜବର ଦଖଲ ଉଛେଦ। ସିମିଳିଆ ସଠିଆଟିକିରି ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ପରିବାର ସରକାରୀ ରାସ୍ତାକୁ ଜବର ଦଖଲ କରିଥିଲେ। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲା । ଅଭିଯୋଗ ପରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଉଚ୍ଛେଦ ପ୍ରକ୍ରିୟା ଅତିରିକ୍ତ ତହସିଲଦାର ଓ ପୋଲିସ ଉପସ୍ଥିତିରେ ଆରମ୍ଭ ହୋଇଛି ।
ମାତ୍ର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭରେ ସ୍ଥାନୀୟ ଅଞ୍ଚଳରେ ହଟହଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘର ଭାଙ୍ଗିବା ପୂର୍ବରୁ ନୋଟିସ ଦେଖାଓ କହି ଉଛେଦକୁ ବିରୋଧ କରାଯାଇଥିଲା । ପରବର୍ତ୍ତୀ ସମୟରେ ବୁଝାସୁଝା କରିବା ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗାଁ ରାସ୍ତା ଦେଇ ଦମକଳ ଗାଡି ଓ ଆମ୍ବୁଲାନ୍ସ ସମେତ କୌଣସି ବଡ଼ ଗାଡି ଯାତାୟାତ କରିବା ବାଧାପ୍ରାପ୍ତ ହେଉଥିଲା । ସେଥିପାଇଁ ଗ୍ରାମବାସୀ ପକ୍ଷରୁ ଉଛେଦ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ଗ୍ରାମବାସୀ ଦାବି କରୁଥିଲେ ।