ନୂଆଦିଲ୍ଲୀ ;କଂଗ୍ରେସ ପାଇଁ ଅଡୁଆ ବଢାଉଛନ୍ତି ବରିଷ୍ଠ ତଥା ଅଭିଜ୍ଞ ନେତା । ପ୍ରଥମେ ଶଶୀ ମୋଦୀ ସରକାରଙ୍କ ସପକ୍ଷରେ ବୟାନବାଜୀ କରିଥିବା ବେଳେ ଏବେ ସଲମନ ଖୁର୍ସିଦ ୩୭୦ ଧାରା ଉଚ୍ଛେଦକୁ ପ୍ରଂଶସା କରି ପୁଣି କଂଗ୍ରେସ ମୁଖିଆଙ୍କୁ ଅଡୁଆରେ ପକାଇଛି । ତେବେ ଯଦି ଦେଖାଯାଏ ତେହାଲେ ୨୦୦୯ ମସିହାରୁ ଜମ୍ମୁ କାଶ୍ମୀରର ଧାର ୩୭୦ ଉଚ୍ଛେଦକୁ ବିରୋଧ କରିଆସୁଛି ହାତ ଦଳ । କିନ୍ତୁ କଂଗ୍ରେସ ନେତା ତଥା ଦେଶର ବୈଦେଶିକ ମନ୍ତ୍ରାଳୟର ଦାୟିତ୍ବ ସମ୍ଭାଳି ଥିବା ମୁସଲିମ ନେତା ସଲମନ ଖୁର୍ସିଦ ୩୭୦ ଧାର ଉଚ୍ଛେଦ ଜମ୍ମୁ କାଶ୍ମୀରର ବିକାଶରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି । ଯାହକୁ ଦଳର ଅନେକ ନେତା ସହଜରେ ହଜମ କରି ପାରୁନାହାଁନ୍ତି । ତେବେ କଂଗ୍ରେସ ନେତା ସଲମାନ ଖୁର୍ସିଦ ଇଣ୍ଡୋନେସିଆରେ ଏକ ପ୍ରତିନିଧିମଣ୍ଡଳୀ ସହିତ ଆଲୋଚନା କରିବା ସମୟରେ କହିଛନ୍ତି ଯେ ସମ୍ବିଧାନର ଧାରା ୩୭୦ ଧାରା ଦୀର୍ଘ ସମୟ ଧରି ଜମ୍ମୁ ଏବଂ କାଶ୍ମୀରକୁ ଭାରତଠାରୁ ପୃଥକ ଭାବରେ ଏକ ଧାରଣା ସୃଷ୍ଟି କରିଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦ୍ୱାରା ଏହି ଧାରା ପ୍ରତ୍ୟାହାର ସହିତ ଏହି ଧାରଣାର ଅନ୍ତ ଘଟିଛି। ଧାରା ୩୭୦ ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେବାରେ ସଫଳ ହୋଇଛି । ପୂର୍ବରୁ କଂଗ୍ରେସ ସାଂସଦ ଶଶୀ ଧରୁରଙ୍କ ପରେ ଏବେ ସଲମନ ଖୁର୍ସିଦଙ୍କ ଏଭଳି ବୟାନ ପାର୍ଟି ବିରୋଧରେ ଯାଉଥିବାରୁ କଂଗ୍ରେସକୁ ଲାଗିଛି ୪୪୦ ର ଝଟକା ।