ଭୁବନେଶ୍ୱର: ନିକଟରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବୁଧବାର ପଦ୍ମ ଧରି ପାରନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ମିଳି ପାରନ୍ତି ।
ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ୬ ତାରିଖରେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ବୋଲି ତାଙ୍କ ସ୍ୱାମି ଦେବେନ୍ଦ୍ର ଦାସ ସୂଚନା ଦେଇଥିଲେ ।
ଗତ ଅକ୍ଟୋବର ୨୯ ତାରିଖରେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ଏହା ପରେ ସେ ଦଳର ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ଦଳରେ ଆଉ ନବୀନ ପଟ୍ଟନାୟକଙ୍କର କିଛି ଭୂମିକା ନାହିଁ ବୋଲି କହିଥିଲେ । ନେତାମାନଙ୍କୁ ଅଣଦେଖା କରାଯିବାରୁ ବିଜେଡି ଏଥର ନିର୍ବାଚନ ହାରିଲା ବୋଲି କହିଛନ୍ତି ।
ଟିକେଟ୍ ବଣ୍ଟା ଯିବା ସମୟରେ ମଧ୍ୟ ନେତାଙ୍କ ମତାମତ ନିଆଗଲା ନାହିଁ । ମୋ ଟିକେଟ୍ କଟିବା ପରେ ପ୍ରଭୁ ଜଗନ୍ନାଥ ବିଚାର କରିବେ ବୋଲି ସେତେବେଳେ କହିଥିଲି । ପ୍ରଭୁ ଜଗନ୍ନାଥ ଠିକ୍ ବିଚାର କରିଛନ୍ତି । ମନମୁଖି ଶାସନ ପାଇଁ ଆଜି ବିଜେଡି ଏହି ଅବସ୍ଥା ଭୋଗୁଛି । ନବୀନ ବାବୁ ଯଦି ନିଜେ ଟିକେଟ୍ ବାଣ୍ଟିଥାନ୍ତେ ତେବେ ବିଜେଡ଼ି ପୁଣି ସରକାର କରିଥାନ୍ତା ବୋଲି ସେ କହିଥିଲେ ।