କଟକ: ଆଜିଠୁ ଆରମ୍ଭ ହେବ ମାଟ୍ରିକ ଫର୍ମ ପୂରଣ। ୨୦୨୬ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନ ଜରିଆରେ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଏଥିପାଇଁ ଫର୍ମ ପୂରଣ କରିବେ। ଫର୍ମ ପୂରଣର ଶେଷ ତାରିଖ ୨୨ ତାରିଖ ଧାର୍ଯ୍ୟ କରାଯାଇଛି।
ସୂଚନାଯୋଗ୍ୟ ମାଟ୍ରିକ ପରୀକ୍ଷାରେ ମୋଟ ୬ଟି ବିଷୟରେ ୬୦୦ ମାର୍କ ପରୀକ୍ଷା ହେବ। www.bseodisha.ac.in ରେ ଲଗଇନ୍ କରି ଫର୍ମପୂରଣ କରିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀ ବିଦ୍ୟାଳୟର ମୁଖ୍ୟଙ୍କ ମାଧ୍ୟମରେ ଅନ୍ଲାଇନ୍ରେ ଫର୍ମ ପୂରଣ କରିପାରିବେ।
ଅଧିକ ପଢନ୍ତୁ: ଓଡିଶା ପାଇଁ ୧୦୦୦ କୋଟିର ପାଣ୍ଠି ଘୋଷଣା: କେନ୍ଦ୍ରମନ୍ତ୍ରୀ କହିଲେ "ଅର୍ଥର କୌଣସି ଅଭାବ ନାହିଁ, ମୁଖ୍ୟ ସମସ୍ୟା ହେଉଛି ଖର୍ଚ୍ଚ କରିବା"