ଭୁବନେଶ୍ୱର: କଟକ ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ବିଧାନସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି । ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।
ଏସସିବି ଅଗ୍ନିକାଣ୍ଡରେ ଆହତ ହୋଇଥିବା ରୋଗୀଙ୍କ ମଧ୍ୟରୁ ଆଜି ସକାଳେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୧୨ରେ ପହଁଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ସେ ବହୁତ ଭୟଙ୍କର ଦୁର୍ଘଟଣା । ବିଗତ ଦିନରେ ବିଜେଡ଼ି ସରକାର ସମୟରେ ଓ ଘରୋଇ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟିଥିଲା । ତାତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ । ତେଣୁ ବିଜେପି ସରକାର ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଇସ୍ତଫା ଦିଅନ୍ତୁ । ଏହା ସହିତ ପ୍ରତି ମୃତକଙ୍କ ପରିବାର ପାଇଁ ୫୦ ଲକ୍ଷ ଲେଖାଏ ଆର୍ଥିକ ସହାୟତା ଦେବାକୁ ନବୀନ ଦାବି କରିଛନ୍ତି ।
୧୬ ଅକ୍ଟୋବର ୨୦୧୬ରେ ସମ୍ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଥିଲା । ଯେଉଁଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିଲେ ।