ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ସମସ୍ତ କଳ୍ପନାକୁ ଭୁଲ ପ୍ରମାଣିତ କରି ବିଜୟ ହାସଲ କରିଥିବା ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଜଗା ଶରଣରେ ପଶିଛନ୍ତି । ମଙ୍ଗଳବାର ଦିଲ୍ଲୀପ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିଛନ୍ତି ।
ଦିଲ୍ଲୀପ ଦର୍ଶନ କରିବା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମହାପ୍ରଭୁଙ୍କ ଆର୍ଶୀବାଦରୁ ସେ ବିଜୟ ହାସଲ କରିଛନ୍ତି । ଓଡ଼ିଶାବାସଙ୍କ ସେବା କରିବାକୁ ଶକ୍ତି ଏବଂ ସାହସ ଦେବାକୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତେବେ ନିର୍ବାଚନରେ କେବଳ କ୍ରସ୍ ଭୋଟିଂ ନାହିଁ ତାଙ୍କ ପ୍ରତି ସମସ୍ତଙ୍କର ଭଲ ପାଇବା ଅଛି । ବିଜେପି ଓ ବିଜେଡି ବିଧାୟକଙ୍କ ସହ ଭଲ ସମ୍ପର୍କ ଅଛି । ସେ ଜିତିବା ନେଇ ନିଶ୍ଚିତ ଥିଲେ । ଏଥିପାଇଁ ଦୁଇ ମାସ ପୂର୍ବରୁ ରଣନୀତି ଆରମ୍ଭ କରିଥିଲେ । ସମସ୍ତଙ୍କ ସହ ଯୋଗାଯୋଗ କରି କଥା ହୋଇଥିଲେ । ସେହିପରି ସେ ୨୦୦୨ ମସିହାର ବିଜୟକୁ ମନେ ପକାଇଛନ୍ତି । ସେତେବେଳେ ଗୋଟେ ସଂଖ୍ୟା ନଥିଲା, ଏବେ ୨୦ ବିଜେପି ବିଧାୟକ ସାହାଯ୍ୟ କରିଛନ୍ତି । ତେଣୁ ଜିତିବା ପରେ ପ୍ରଥମେ ଶୁଭେଚ୍ଛୁଙ୍କ ଘର ବୁଲିକି ଆସିଛନ୍ତି । ଆଜି ଗୋଟିଏ ସ୍ଥାନରେ ସେ ସମସ୍ତଙ୍କୁ ଡାକି ଧନ୍ୟବାଦ ଜଣାଇବେ ବୋଲି କହିଛନ୍ତି ଦିଲ୍ଲୀପ ।