ଭୁବନେଶ୍ଵର: ରାଜ୍ୟରେ ଲଗାଣ ବର୍ଷା ପାଇଁ ବୈତରଣୀ ଓ ଜଳକା ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ଫଳରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ଲଗାତର ଦୁଇଟି ଲଘୁଚାପ ପାଇଁ ପାଣି ନିଷ୍କାସନରେ ସମୟ ଲାଗୁଛି । ଜଳ ନିଷ୍କାସନରେ ଆହୁରି ୪ରୁ ୫ ଦିନ ସମୟ ଲାଗିବ । ଯଦି ଏହା ପରେ ଆଉ ଲଘୁଚାପ ସୃଷ୍ଟି ହୁଏ ତାହା ହେଲେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି ।
ବୈତରଣୀ ଓ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବନ୍ୟା ଆସିଛି । ନଦୀରେ ଜଳ ସ୍ତର କମୁଥିବାରୁ ବନ୍ୟା ସ୍ଥିତିରେ ମଧ୍ୟ ସୁଧାର ଆସିବ । ବୈତରଣୀ ବନ୍ୟା ପାଣି ନିଷ୍କାସନ ପାଇଁ ୪ ଦିନ ସମୟ ଲାଗିବ । ଯାଜପୁର ଜିଲ୍ଲାରେ ୨ଟି ଘାଇର ମରାମତି କାମ ଚାଲିଥିବାବେଳେ ଆଉ ଗୋଟିଏ ଘାଇର କାମ ଅଧାରୁ ବନ୍ଦ ରହିଛି ।
ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍। ପୂର୍ବରୁ ହୀରାକୁଦ ଡ୍ୟାମର ଖୋଲା ଥିଲା ୨ଟି ଗେଟ୍। ଏବେ ୫ ଗେଟ୍ ଖୋଲିବା ଫଳରେ ମୋଟ ୭ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ସକାଳ ୯ଟା ସୁଦ୍ଧା ଡ୍ୟାମର ଜଳପତ୍ତନ ୬୧୯ ଦଶମିକ ୨ ଫୁଟରେ ପହଞ୍ଚିଛି। ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଛି। ଏହି ସମୟରେ ଡ୍ୟାମ୍ ମଧ୍ୟକୁ ସେକେଣ୍ଡ ପ୍ରତି ୨ ଲକ୍ଷ ୧ ହଜାର ୨୪୦ ଘନଫୁଟ୍ ଜଳ ପ୍ରବେଶ କରୁଥିବାବେଳେ, ୧ ଲକ୍ଷ ୪୨ ହଜାର ୨୮୪ ଘନଫୁଟ୍ ଜଳ ନିଷ୍କାସନ ହେଉଛି।
ବ୍ରାହ୍ମଣୀ, ମହାନଦୀ, ସୁବର୍ଣ୍ଣରେଖା ଏବଂ ଜଳକାରେ ନଦୀରେ ବନ୍ୟା ଆଶଙ୍କା ନାହିଁ । ହୀରାକୁଦର ଆଜି ଆଉ ୫ଟି ଗେଟ୍ ଖୋଲାଯାଇଛି । ମୋଟ ୭ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ସକାଳ ୯ଟା ସୁଦ୍ଧା ଡ୍ୟାମର ଜଳପତ୍ତନ ୬୧୯ ଦଶମିକ ୨ ଫୁଟରେ ପହଞ୍ଚିଛି । ଏହି ସମୟରେ ଡ୍ୟାମ୍ ମଧ୍ୟକୁ ସେକେଣ୍ଡ ପ୍ରତି ୨ ଲକ୍ଷ ୧ ହଜାର ୨୪୦ ଘନଫୁଟ୍ ଜଳ ପ୍ରବେଶ କରୁଥିବାବେଳେ, ୧ ଲକ୍ଷ ୪୨ ହଜାର ୨୮୪ ଘନଫୁଟ୍ ଜଳ ନିଷ୍କାସନ ହେଉଛି। ତଥାପି ମହାନଦୀରେ କୌଣସି ବନ୍ୟା ସ୍ଥିତି ନାହିଁ ।
ସେହିଭଳି ସୁବର୍ଣ୍ଣରେଖା ଏବଂ ଜଳକାରେ ବନ୍ୟା ସ୍ଥିତି ନାହିଁ । ବର୍ଷା କମ୍ ଥିବାରୁ ରାତି ପର୍ୟ୍ୟନ୍ତ ପାଣି ବଢିବଏବଂ ରାତି ଠାରୁ ପାଣି କମିବ । ଝାଡ଼ଖଣ୍ଡ ଚାନ୍ଦେଲି ଡ୍ୟାମରୁ ୧୫୦୦ କ୍ୟୁବେକ ପାଣି ଆସୁଛି । ୬ ହଜାର ପାଖାପାଖି ଆସିଲେ ସମସ୍ୟା ହୋଇପାରେ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।