ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜାତୀୟ ରାଜପଥ- ୫୩ ଶିବୁଳାପଶି ଓଭରବ୍ରିଜ୍ ଉପରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି କାର୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଗଁଦିଆ ଥାନା କାଲୁରିଆ ଗାଁର ବିପିନି ବେହେରା । ଅନ୍ୟ ଗୁରୁତର ମାନେ ମହାବିରୋଡ ଅଂଚଳର ହୋଇଥିବା ଜଣାପଡିଛି l
ସୂଚନା ଅନୁସାରେ, କାଲୁରିଆ ଗାଁର ବିପିନି ବେହେରା ଓ ଅନ୍ୟମାନେ ଏକ କାର୍ରେ ପୁରୀରୁ ତାଳଚେର ଫେରୁଥିଲେ । ଶିବୁଳାପଶି ଓଭରବ୍ରିଜ୍ ଉପରେ କାର୍ଟି ରଙ୍ଗ୍ ରୁଟରେ ଯାଇ ଅନ୍ୟ ଏକ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଅନ୍ୟ କାର୍ଟି ରାଉରକେଲାରୁ ଭୁବନେଶ୍ୱର ଯାଉଥିଲା। ସେଥିରେ ଥିବା ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି । ସେମାନେ ଜଣେ ହୃଦ୍ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ନେଇ ଯାଉଥିଲେ ବୋଲି ଜଣାପଡ଼ିଛି l
ତେବେ ଘଟଣା ସ୍ଥଳରେ ବିପିନ ବେହେରାଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ପରେ ୪ ଜଣ ଗୁରୁତରଙ୍କ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି । କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।