ଏୟାର ଇଣ୍ଡିଆ ପାଇଁ ସଙ୍କଟ ସମୟ ଶେଷ ହେବାର ନାଁ ନେଉନାହିଁ। ଗତଦିନରେ ଏୟାର ଇଣ୍ଡିଆର ଗୋଟିଏ ବିମାନ ଟର୍ବୁଲାନ୍ସରେ ପଡ଼ିବା ଘଟଣା ପରେ ପାଇଲଟମାନଙ୍କର ଟେଷ୍ଟ ପ୍ରକ୍ରିୟା ଜୋରଦାର କରାଯାଇଛି ଏବଂ ଏହି ଯାଞ୍ଚ ସମୟରେ ଆଉ ୨ ଜଣ ପାଇଲଟ୍ ଡ୍ରଗ୍ ଟେଷ୍ଟରେ ପଜିଟିଭ୍ ମିଳିଛନ୍ତି। ଯଦିଓ ଏହି ଦୁଇ ପାଇଲଟଙ୍କ ଫାଇନାଲ୍ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି, ତଥାପି ଫାଇନାଲ୍ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଏହି ଦୁଇ ପାଇଲଟଙ୍କୁ ଡ୍ୟୁଟି କିମ୍ବା ଫ୍ଲାଇଟ୍ ରୋଷ୍ଟରରୁ ହଟାଇ ଦିଆଯାଇଛି ।
ଡ୍ରଗ୍ ଟେଷ୍ଟ ସମୟରେ ଏୟାର ଇଣ୍ଡିଆର ଆଉ ୨ ଜଣ ପାଇଲଟ୍ ପ୍ରାରମ୍ଭିକ ଯାଞ୍ଚରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ପାଇଲଟଙ୍କ ଅନ୍ତିମ ପରୀକ୍ଷା ରିପୋର୍ଟ ଆସିବା ବାକି ଅଛି। ତେବେ ଫାଇନାଲ୍ ରିପୋର୍ଟ ନଆସିବା ଯାଏଁ ଦୁଇ ପାଇଲଟଙ୍କ ନାମ ଡ୍ୟୁଟି କିମ୍ବା ଫ୍ଲାଇଟ୍ ରୋଷ୍ଟରରୁ ହଟାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଏୟାର ଇଣ୍ଡିଆର ୩୦୦ ରୁ ଅଧିକ ପାଇଲଟଙ୍କର ଡ୍ରଗ୍ ଟେଷ୍ଟ କରାସରିଲାଣି।
ଫାଇନାଲ୍ ଟେଷ୍ଟ ରିପୋର୍ଟ ଆସିବା ପାଇଁ ୨୪ ରୁ ୪୮ ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ ଲାଗିପାରେ। ଫାଇନାଲ୍ ରିପୋର୍ଟ ଆସିବା ପରେ ହିଁ ଏହା ସ୍ପଷ୍ଟ ହେବ ଯେ ଦୁଇ ପାଇଲଟଙ୍କ ବିରୋଧରେ ଆଗକୁ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।