ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଅଞ୍ଚଳରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନେତୁଆ ପଞ୍ଚାୟତର କପାସୁଦା ଗାଁରେ ପଡୋଶୀ ଘରର ମାଟିକାନ୍ଥ ଭୁଶୁଡ଼ି ପଡ଼ିବାରୁ ଆଈ ଏବଂ ତାଙ୍କର ନାତିଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଧିକା ସ୍ବାଇଁ (୬୫) ଏବଂ ଜ୍ୟୋତି ପ୍ରକାଶ ସ୍ବାଇଁ (୧୮)।
ସୂଚନା ଅନୁସାରେ କପାସୁଦା ଗାଁର ସ୍ବର୍ଗତ ନରେନ୍ଦ୍ର ଜେନାଙ୍କ ପତ୍ନୀ ରାଧିକା, ତାଙ୍କ ନାତି ଜ୍ୟୋତି ପ୍ରକାଶ, ନାତୁଣି ସ୍ମୃତିରେଖା ଘରର ଦୁଆରରେ ଶୋଇଥିଲେ। ରାତି ପାଖାପାଖି ସାଢେ ୯ଟାରେ ତାଙ୍କ ପୌଡଶୀ ବଂଶୀଧର ଜେନା ଓ ଗଙ୍ଗାଧର ଜେନାଙ୍କ ଘରର କାନ୍ଥ ଭୁଶୁଡ଼ି ଥିଲା। ଘର ଭୁଡୁଡ଼ିବା ପରେ ଏହାର ଭଗ୍ନାବଶେଷ ରାଧିକାଙ୍କ ପରିବାର ଶୋଇଥିବା ଆଜବେଷ୍ଟସ ଛପର ଉପରେ ପଡ଼ିଥିଲା। ଘଟଣାସ୍ଥଳରେ ରାଧିକା ଓ ଜ୍ୟୋତିଙ୍କ ମୃତ୍ୟୁ ଘଟିଥିଲା। ସ୍ମୃତିରେଖାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳ ଏବଂ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ: ସିଜେଆଇଙ୍କ ନିମନ୍ତ୍ରଣ ବିରୋଧରେ ବେଙ୍ଗାଲୁରୁ ଆଇନ୍ ମହାବିଦ୍ୟାଳୟରେ ପ୍ରତିବାଦ