ମୟୂରଭଞ୍ଜ : ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ଜାରି କରାଯାଇଥିବା ବୃଷ୍ଟିପାତ ରେକର୍ଡ ଅନୁଯାୟୀ, ବିଭିନ୍ନ ରେନ୍ଗେଜ୍ ଷ୍ଟେସନରେ ଭାରି ବର୍ଷା ରେକର୍ଡ ହୋଇଛି।
ରେକର୍ଡ ଅନୁଯାୟୀ, କୁଳିପାଳରେ ସର୍ବାଧିକ ୧୫୦.୮୭୬ ମିମି ବର୍ଷା ହୋଇଥିବା ବେଳେ ବରେହିପାଣିରେ ୧୨୮.୫୨୪ ମିମି, ଡୁକୁରାରେ ୧୨୪.୯୮୬ ମିମି, ଜେନାବିଲରେ ୧୧୬.୩୩୨ ମିମି, ରାମତୀର୍ଥରେ ୧୧୪.୩ ମିମି, କବାଟଘାଇରେ ୧୧୩.୩୬ ମିମି ଏବଂ ପିଠାବଟାରେ ୧୦୮.୯୬୬ ମିମି ବୃଷ୍ଟିପାତ ରେକର୍ଡ ହୋଇଛି।
ସେହିପରି କେନ୍ଦୁମୁଣ୍ଡିରେ ୧୦୬.୬୮ ମିମି, ନଓଣାରେ ୯୨.୨ ମିମି, ଉପର ବାରହାକାମୁଡା(UBK)ରେ ୯୧.୨ ମିମି, ବାରିପଦାରେ ୮୮.୩୯୨ ମିମି, ବୁଢ଼ାବଳଙ୍ଗରେ ୮୭.୨ ମିମି ଏବଂ ଭଞ୍ଜବସାରେ ୮୧.୭୮୮ ମିମି ବର୍ଷା ହୋଇଛି।
ଅନ୍ୟ ଅଞ୍ଚଳ ମଧ୍ୟରେ ଚହଲାରେ ୭୬ ମିମି, ବଡ଼ଗାଁରେ ୬୭.୩୧ ମିମି, ପୋଡ଼ାଡିହାରେ ୬୦.୯୬ ମିମି, ସାତକୋଶିଆରେ ୩୭.୫୯୨ ମିମି ଏବଂ ଠାକୁରମୁଣ୍ଡାରେ ୨୧.୫୯ ମିମି ବୃଷ୍ଟିପାତ ରେକର୍ଡ ହୋଇଛି।
ଶିମିଳିପାଳର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ, ନାଳ ଓ ଜଳପ୍ରପାତରେ ଜଳପ୍ରବାହ ବଢ଼ିବାର ଆଶଙ୍କା ରହିଛି। ବର୍ଷାର ସ୍ଥିତି ଉପରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ନଜର ରଖିଛନ୍ତି।