ମୟୁରଭଞ୍ଜ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପାଇଁ ରାଜ୍ୟର ଚାରୋଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ରେଡ୍ ୱାର୍ଣ୍ଣିଂରେ ରହିଛି । ମୟୁରଭଞ୍ଜ ଜିଲ୍ଲାରେ ଗତ ଚବିଶ ଘଣ୍ଟା ମଧ୍ୟରେ କରଞ୍ଜିଆରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ କରାଯାଇଛି । ୨୬ଟି ବ୍ଲକ ଷ୍ଟେସନରେ ମୋଟ ବୃଷ୍ଟିପାତ ୨୩୮୪.୭ ମିମି ରେକର୍ଡ ହୋଇଛି । ଷ୍ଟେସନ ପିଛା ହାରାହାରି ପ୍ରାୟ ୯୧.୭ ମିମି ହୋଇଛି ।
ରିପୋର୍ଟ ଅନୁଯାୟୀ, ଆଜି ସକାଳ ସୁଦ୍ଧା ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ବୃଷ୍ଟିମାପକ କେନ୍ଦ୍ରରେରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଜିଲ୍ଲାର ୨୬ଟି ବ୍ଲକରେ ବୃଷ୍ଟିପାତ ରେକର୍ଡ ପ୍ରକାଶ ପାଇଥିବା ବେଳେ କରଞ୍ଜିଆରେ ସର୍ବାଧିକ ୧୬୪ ମିଲିମିଟର ବର୍ଷା ହୋଇଛି। କୁସୁମୀରେ ୧୪୪ ମିମି, କପ୍ତିପଦାରେ ୧୩୮ ମିମି, ବଡସାହି ଓ ଯଶିପୁରରେ ୧୩୫ ମିମି, ଶୁକୃଳିରେ ୧୩୪ ମିମି ଏବଂ ରରୁଆଁରେ ୧୩୦ ମିମି ବର୍ଷା ରେକର୍ଡ ହୋଇଛି।
ସେହିପରି ଉଦଳାରେ ୧୨୫.୮ ମିମି, ଖୁଣ୍ଟାରେ ୧୧୦ ମିମି, ବେତନଟୀରେ ୧୧୩ ମିମି, ସମାଖୁଣ୍ଟାରେ ୯୮.୨ ମିମି, ଜି.ବି. ନଗରରେ ୯୮ ମିମି ଏବଂ ବାରିପଦାରେ ୮୮.୨ ମିମି ବର୍ଷା ରେକର୍ଡ ହୋଇଛି।
ଅନ୍ୟ ଅଞ୍ଚଳ ମଧ୍ୟରେ ଶୁଲିଆପଦାରେ ୮୩ ମିମି, ବିଶୋଇରେ ୮୨ ମିମି, ଠାକୁରମୁଣ୍ଡାରେ ୮୦ ମିମି, ମୋରଡାରେ ୭୩.୩ ମିମି, ରାଇରଙ୍ଗପୁର ଓ ରସଗୋବିନ୍ଦପୁରରେ ୭୦ ମିମି, କୁଳିଆଣାରେ ୬୯ ମିମି ଏବଂ ଜାମଦାରେ ୫୭ ମିମି ବର୍ଷା ହୋଇଛି।
ବିଜାତଳାରେ ୫୨ ମିମି, ସାରସକଣାରେ ୪୮ ମିମି, ବାଙ୍ଗିରିପୋଷିରେ ୩୯.୬ ମିମି, ବହଳଦାରେ ୩୪ ମିମି ଏବଂ ତିରିଂରେ ସର୍ବନିମ୍ନ ୧୩.୬ ମିମି ବର୍ଷା ରେକର୍ଡ ହୋଇଛି।