ଭୁବନେଶ୍ୱର: ରାଜ୍ୟରେ ତିନୋଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗୀନ ରହିଛି । ବନ୍ୟାଞ୍ଚଳ ପରିଦର୍ଶନ କରିବାକୁ ବିଜୁ ଜନତା ଦଳର ସୁପ୍ରିମୋ ଦଳୀୟ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦଳର ତିନି ବରିଷ୍ଠ ନେତାଙ୍କୁ ତିନୋଟି ବନ୍ୟା ପ୍ରପୀଡ଼ିତ ଜିଲ୍ଲାକୁ ଯିବାକୁ ବିରୋଧୀ ଦଳ ନେତା ତଥା ମୁଖିଆ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଜାରି କରିଛନ୍ତି ।
ପ୍ରଦୀପ ଅମାତ, ବିଧାୟକ ଅରୁଣ କୁମାର ସାହୁ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କୁ ଏହି ଦାୟିତ୍ୱ ମିଳିଛି । ଯାଜପୁର ଜିଲ୍ଲା ଦାୟିତ୍ୱରେ ପ୍ରଦୀପ ଅମାତ, ଭଦ୍ରକ ଦାୟିତ୍ୱ ଅରୁଣ କୁମାର ସାହୁ ଏବଂ ବାଲେଶ୍ୱର ଦାୟିତ୍ୱରେ ଅରୁଣ କୁମାର ସାହୁ ରହିଛନ୍ତି ।
ଏହି ନେତାମାନେ ବନ୍ୟାଞ୍ଚଳ ବୁଲିବେ । ସ୍ଥାନୀୟ ବିଜେଡ଼ି କର୍ମୀ, ସ୍ଥାନୀୟ ପ୍ରଶାସନ ଓ ପ୍ରଭାବିତ ଲୋକଙ୍କ ସହିତ ଆଲୋଚନା କରିବେ । ଉଦ୍ଧାରକାର୍ୟ୍ୟ, ରିଲିଫ୍ ବଣ୍ଟନ, ସ୍ଥାନାନ୍ତର ଓ ପୁନଃସ୍ଥାପନ ବ୍ୟବସ୍ଥାର ତଦାରଖ କରିବେ ।