ଭୁବନେଶ୍ୱର: ଖୁବ୍ ଶୀଘ୍ର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। ଏନେଇ ଓଡ଼ିଶା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରବିବାର ଗଣମାଧ୍ୟମରେ ସୂଚନା ଦେଇଛନ୍ତି।
ଆଗାମୀ ଗସ୍ତ ସମ୍ପର୍କରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ସେ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମ ବର୍ତ୍ତମାନ ଚୂଡ଼ାନ୍ତ ହେଉଛି। “ କେତେ ତାରିଖରେ ଆସିବେ ଏହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, ଏନେଇ ଖୁବ୍ ଶୀଘ୍ର ସୂଚନା ଦିଆଯିବ।
ଶ୍ରୀ ସାମଲ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏମ୍ସ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିବା ଏବଂ ଚାଲୁଥିବା ସ୍ୱାସ୍ଥ୍ୟସେବା ପଦକ୍ଷେପ ଯାଞ୍ଚ କରିବା କରିବେ ତେଣୁ ସେ ଭୁବନେଶ୍ୱରରେ ଗୋଟିଏରୁ ଦୁଇ ଦିନ ବିତାଇବା ନେଇ ଆଶା କରାଯାଉଛି।