ପୁରୀର କାକଟପୁରସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମଙ୍ଗଳା ମନ୍ଦିରରେ ପ୍ରଥମ ଥର ପାଇଁ ଲାଗିଛି ଇ-ହୁଣ୍ଡି। ୟୁକୋ ବ୍ୟାଙ୍କ ତରଫରୁ ଏହି ଇ-ହୁଣ୍ଡି ମନ୍ଦିର ପରିସରରେ ସ୍ଥାପନ କରା ଯାଇଛି। ଆଜିକଲି ଦିନକୁ ଦିନ ଡିଜିଟାଲ ପେମେଣ୍ଟର ବ୍ୟବହାର ବୃଦ୍ଧି ପାଉଥିବା ବେଳେ ମନ୍ଦିର ଦାନବାକ୍ସରେ କ୍ୟାସ୍ଲେସ ଟ୍ରାଞ୍ଜାକ୍ସନ ତଥା ଅନଲାଇନ ପେମେଣ୍ଟ ପରି ସୁବିଧା ଉପଲବ୍ଧ କରାଯାଇଛି।
ଦିନକୁ ଦିନ ଭାରତରେ ୟୁପିଆଇ ପେମେଣ୍ଟର ବହୁଳ ବ୍ୟବହାର କରାଯାଉଥିବା ବେଳେ ଏବେ ମନ୍ଦିରରେ ମଧ୍ୟ ଭକ୍ତ ମାନଙ୍କୁ ଏପରି ସୁବିଧା ଯୋଗାଇଦେବା ପାଇଁ ପ୍ରୟାସ କରିଛି ୟୁକୋ ବ୍ୟାଙ୍କ। ମନ୍ଦିର ସମ୍ମୁଖରେ ଏହି ଇ-ହୁଣ୍ଡି ସ୍ଥାପନ କରାଯାଇ ଏଥିରେ ମନ୍ଦିରର ଟ୍ରଷ୍ଟ ବୋର୍ଡ ନାମରେ ରହିଥିବା ଆକାଉଣ୍ଟ ନମ୍ବର ସଂଲଗ୍ନ ସ୍କାନର ଲଗା ଯାଇଛି। ଏହା ଦ୍ୱାରା ଭକ୍ତ ମାନେ ସିଧାସଳଖ ଭାବେ ମା'ଙ୍କ ଟ୍ରଷ୍ଟ ବୋର୍ଡକୁ ଟଙ୍କା ଦାନ କରିପାରିବେ।
ସୂଚନାଯୋଗ୍ୟଯେ, ପୁରୀ ଜିଲ୍ଲା କାକଟପୁର ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନିକଟକୁ ସବୁଦିନ ଦୂରଦୂରାନ୍ତରୁ ଲୋକମାନେ ଆସନ୍ତି। ତେବେ କୁହା ଯାଉଛି ଏପରି ପଦକ୍ଷେପ ଦ୍ୱାରା ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନେ ସୁବିଧାରେ ଦାନ କରି ପାରିବେ। ଏପରି ପଦକ୍ଷେପ ପାଇଁ ୟୁକୋ ବ୍ୟାଙ୍କକୁ ମନ୍ଦିରର ସମସ୍ତ କାର୍ଯ୍ୟକର୍ତ୍ତା ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ଏହା ଦ୍ୱାରା ମନ୍ଦିରକୁ ଅଧିକ ଅର୍ଥ ଆଗମନ ହେବା ବୋଲି ଆଶା କରାଯାଉଛି।
ଅଧିକ ପଢନ୍ତୁ : ଆସନ୍ତାକାଲି ଆସିବ କାମଚଳା ବଜେଟ୍