ବରଗଡ଼: ବରଗଡ଼ ଆରଟିଓ ଅଫିସ ସାମ୍ନାରେ ଥିବା ହୋଟେଲ ଶ୍ରୀୟାରୁ ଜଣେ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ମୃତ କର୍ମଚାରୀ ବଲାଙ୍ଗୀର ଜିଲ୍ଲା ବୁଡ଼ି ସିଣ୍ଡୋଲ ଗ୍ରାମର ରୁଜୁ ସେଠ୍ ବୋଲି ପରିଚୟ ମିଳିଛି ।
ସୂଚନା ଅନୁସାରେ, ରୁଜୁ ସେଠ୍ ଶ୍ରୀୟା ହୋଟେଲ ବୟ ଭାବେ କାର୍ଯ୍ୟ କରୁଥିଲା । ସେ ଅନ୍ୟ କର୍ମଚାରୀଙ୍କ ସହ ରାତିରେ ହୋଟେଲରେ ଖାଇ ପିଇ ମଧ୍ୟ ଶୋଇଥିଲେ । ଆଜି ସକାଳେ ଜଣେ କର୍ମଚାରୀ ଉଠି ଦେଖିଲା ବେଳକୁ ଝୁଲନ୍ତା ଅବସ୍ଥାରେ ରୁଜୁ ସେଠ୍ ଙ୍କ ମୃତଦେହ ଦେଖି ଚିତ୍କାର କରିଥିଲେ । ପାଟି ଶୁଣି ଅନ୍ୟ କର୍ମଚାରୀମାନେ ଉଠି ଆସିଥିଲେ । ଏନେଇ ତୁରନ୍ତ ହୋଟେଲ ମାଲିକଙ୍କୁ ଖବର ଦିଆଯାଇଥିଲା ।
ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ପୋଲିସ ଘଟଣାର ତଦନ୍ତ ଜରି ରଖିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ।