ବରଗଡ଼: ବରଗଡ଼ ସହର ଉପକଣ୍ଠ ପାଣିଛତର-ଜମୁର୍ଡା ଓଭର ବ୍ରିଜ ତଳେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ଜମୁର୍ଡା ଟାଙ୍ଗରଟିକ୍ରାର ଭୀମ ବିଶ୍ବାଳ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଓଭର ବ୍ରିଜ ତଳେ ଭୀମ ବିଶ୍ବାଳଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତନାଘନା ଯାଞ୍ଚ ଜାରି କରିଥିଲା । ମୃତଦେହରେ ଅନେକ କ୍ଷତ ବିକ୍ଷତ ହୋଇଥିବାବେଳେ ଘଟଣାସ୍ଥଳରେ ପ୍ରବଳ ରକ୍ତ ପଡିଥିବା ଦେଖିବାକୁ ମିଳିଛି । କେହି ପିଟି ପିଟି ହତ୍ୟା କରିଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହେବ । କିଏ ଓ କାହିଁକି ହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି ।