ଭୁବନେଶ୍ୱର: ଆଟିଇଆର ଛାତ୍ର ମୃତ୍ୟୁ ମାମଲା ନେଇ ପଦାକୁ ଆସିଛି ସତ। ମୃତ ଛାତ୍ର ଅଭିଷେକ ଆତ୍ମହତ୍ୟା କରିଥିବା ପୁଲିସ କହିଛି । ଅଭିଷେକଙ୍କୁ ରାଗିଂ କରାଯାଉଥିବା ନେଇ ଯେଉଁ ମିଛ ଖବରର ପ୍ରଚାର ଚାଲିଛି ତାହା ଉପରେ ଏବେ ପୁଲିସର ସ୍ପଷ୍ଟିକରଣ ଆସିଛି ।
ଆଇଟିଇଆରରେ ପଢ଼ୁଥିବା ଝାଡ଼ଖଣ୍ଡ ଅଭିଷେକ ରବି ଗତ ସେପ୍ଟେମ୍ବର ୧୦ ତାରିଖରେ ନାମ ଲେଖାଇଥିଲେ । ଏହା ପରେ ମାତ୍ର ତିନି ଦିନ ପରେ ଅର୍ଥାତ ୧୩ ତାରିଖରେ କଲେଜ ଛାତ୍ରାବାସର ଛାତ୍ରରୁ ଡେଇଁ ଆତ୍ମହତ୍ୟା କରିଥିଲେ । ତେବେ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ତାଙ୍କ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।
ଅଭିଷେକଙ୍କୁ କଲେଜ ହଷ୍ଟେଲରେ ରାଗିଂ କରାଯାଇଛି ବୋଲି ଅଭିଯୋଗ ହୋଇଛି । ମାତ୍ର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ସବୁ ଦିଗକୁ ନଜରରେ ରଖି ତଦନ୍ତ କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି କି ପାରିପାର୍ଶ୍ଵିକ ସ୍ଥିତିକୁ ଦେଖିଲେ ଏହା ରାଗିଂ ଜନିତ ଆତ୍ମହତ୍ୟା ନୁହେଁ ବୋଲି ସ୍ପଷ୍ଟ ଜଣା ପଡ଼ୁଛି । କାରଣ ଛାତ୍ର ଜଣକ ଯେଉଁ ହଷ୍ଟେଲରେ ରହୁଥିଲେ ସେଠାରେ କେବଳ ପ୍ରଥମ ବର୍ଷ ଛାତ୍ର ରହୁଥିଲେ । ଉକ୍ତ ଛାତ୍ରାବାସରେ ଅନ୍ୟ କୌଣସି ସିନିୟର ଛାତ୍ର ରହୁ ନ ଥିଲେ । ଏହା ସହିତ ମୃତ ଛାତ୍ରଙ୍କ ରୁମରେ ଯେଉଁ ଛାତ୍ରମାନେ ରହୁଥିଲେ ସେମାନେ ମଧ୍ୟ ଝାଡ଼ଖଣ୍ଡର ବୋଲି ଡିସିପି କହିଛନ୍ତି ।
ତେବେ କଲେଜର ଜଣେ ଅଧିକାରୀ କହିଛନ୍ତି ଯେ ଅଭିଷେକଙ୍କୁ ଯେତେବେଳେ ତଳେ ପଡ଼ିଥିବାର ଦେଖାଯାଇଥିଲା ତୁରନ୍ତ ତାଙ୍କୁ ମେଡ଼ିକାଲରେ ଉର୍ତ୍ତି କରାଯାଇଥିଲା । ଏହା ସହିତ ଖଣ୍ଡଗିରି ପୁଲିସକୁ ମଧ୍ୟ ତତକ୍ଷଣାତ ସୂଚନା ଦିଆଯାଇଥିଲା ।