ବୌଦ୍ଧ: ରବିବାର ସନ୍ଧ୍ୟାରେ ବୌଦ୍ଧ ଥାନା ଜଗଦୀଶପୁର ବାଇପାସ ଛକ ନିକଟରେ ଜଣେ ଯୁବକଙ୍କୁ ୩ ଜଣ ଯୁବକ ଛୁରୀ ଭୁସି ହତ୍ୟା କରିଛନ୍ତି । ହତ୍ୟା ପରେ ୩ ଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ବୌଦ୍ଧ ସହରର ମୁନା ପାତ୍ର ବୋଲି ପରିଚୟ ମିଳିଛି ।
ସୂଚନା ଅନୁସାରେ, ମୁନା ପାତ୍ର ବାଇପାସ ଛକ ନିକଟରେ ଥିବା ନିର୍ମାଣାଧିନ ଘରକୁ ଆସିଥିଲେ । ଏହି ସମୟରେ ଘର ନିକଟ ରାସ୍ତାରେ ୩ ଜଣ ଯୁବକ ଛୁରୀ ଭୁସି ତାଙ୍କୁ ହତ୍ୟା କରିଥିଲେ । ସ୍ଥାନୀୟ ଲୋକ, ଏନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛି । ସ୍ଥାନୀୟ ଲୋକେ ମୃତଦେହକୁ ଜଗଦୀଶପୁର ବାଇପାସ ଛକ ଉପରେ ରଖି ରାସ୍ତା ଅବରୋଧ କରିଥିଲେ । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଦିନ ଦ୍ୱିପ୍ରହରରେ ମୁଖ୍ୟ ରାସ୍ତା ଉପରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଅତି ନିର୍ମମ ଭାବେ ଯେଉଁ ହତ୍ୟାକାଣ୍ଡ ଘଟିଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।