ବାଲେଶ୍ୱର : ଆଜି ୮ ଘଣ୍ଟିଆ ବନ୍ଦ ରହିବ ବାଲେଶ୍ୱର ସହର। ସକାଳ ୬ରୁ ଦିନ ୨ଟା ଯାଏ ବନ୍ଦ ପାଳନ କରୁଛି ବିଜେଡି। ଦୋକାନ ବଜାର ସହ ସ୍କୁଲ, କଲେଜ ଓ ଗାଡି ଚଳାଚଳ ବନ୍ଦ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀକାଳୀନ ସେବା ଜାରି ରହିବ। ଏଫଏମ୍ କଲେଜ ଛାତ୍ରୀଙ୍କ ଜୀବନ ହାରିବା ଘଟଣାକୁ ନେଇ ଏହି ବନ୍ଦ ପାଳନ କରୁଛି ବିଜେଡି। ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକ।
ସୂଚନା ମୁତାବକ, ଗତ ୧୨ ତାରିଖରେ କଲେଜ ପରିସରରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ ଛାତ୍ରୀ ସୌମ୍ୟାଶ୍ରୀ। ଛାତ୍ରୀଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡିଯାଇଥିଲା। ତେଣୁ ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବିଗ ଦୁଇଦିନ ଧରି ଏମ୍ସରେ ଚିକିତ୍ସା ଚାଲିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହାପରେ ସାରା ଦେଶ ଏହି ଘଟଣାକୁ ନେଇ ମର୍ମାହତ ହୋଇପଡ଼ିଥିଲା। ଗତକାଲି କିଛି ସ୍ଥାନରେ ସୌମ୍ୟାଶ୍ରୀ ଆମର ଆତ୍ମାର ସଦଗତି ପାଇଁ ଅନେକ ରାଜନୈତିକ ଦଳ ଦୀପ ଜଳିଥିଲେ।