କଟକ: ଆଜି କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲି ମା' ଦୁର୍ଗତିନାଶିନୀ ଦୁର୍ଗାଙ୍କର ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକ ବାସିନ୍ଦାଙ୍କୁ ଦଶହରାର ଭେଟି ଦେଇଛନ୍ତି । ଆଗାମୀ ଦିନରେ କଟକ ସହର ସ୍ମାର୍ଟି ସିଟି ଭାବେ ପରିଚିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଶ୍ରୀ ମାଝୀ କହିଛନ୍ତି ଯେ ନୂଆ ସରକାର ନୂଆ ଏବଂ ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ନୂଆ ଆଶା ଏବଂ ଉଦ୍ଦୀପନା ନେଇ ଆସିଛନ୍ତି । କଟକ ବାସୀ ବହୁ ଦିନ ଧରି ଦାବିକୁ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସରକାର ଆଗାମୀ ଦିନରେ କଟକ ସହର ସ୍ମାର୍ଟ ସିଟି ଭାବେ ପରିଚିତ ହେବ । କଟକକୁ ସ୍ମାର୍ଟ ସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି । କଟକ ସହରକୁ ସ୍ମାର୍ଟ କରିବା ପାଇଁ ବହୁ ଦାବି ହୋଇଆସିଛି । ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଆସିଲେ ଏନେଇ ରିଭ୍ୟୁ କରିବେ ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ସପତ୍ନୀ ସହିତ ପ୍ରତାପନଗରୀ, ବାଲିକୁଦା, ଗୋପାଳପୁର ଏବଂ କଲେଜ ଛକ ପୂଜା ମଣ୍ଡପ ବୁଲିଥିବାବେଳେ ଅନ୍ୟ ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି ।