ଭୁବନେଶ୍ଵର: ଆସନ୍ତା ସୋମବାର ପୁଣି ଥରେ ସାଧାରଣ ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖୀରଙ୍କିଙ୍କ ଦୁଃଖ ଶୁଣିବେ । ଏଥିପାଇଁ ଆସନ୍ତାକାଲିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆଗାମୀ ଜୁଲାଇ ୨୭ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱରରେ ଜନ ଅଭିଯୋଗ ଶୁଣାଣି କରିବେ । ଭୁବନେଶ୍ୱର ୟୁନିଟ୍-୨, ଅଶୋକ ନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ସକାଳ ୮ ଘଟିକା ସମୟରୁ ଅଭିଯୋଗର ଶୁଣାଣି ହେବ ।
ଆସନ୍ତାକାଲି ଠାରୁ ଅନଲାଇନ ପଞ୍ଜିକରଣ ଆରମ୍ଭ ହେବ । ଜୁଲାଇ ୨୨, ବୁଧବାର ପୂର୍ବାହ୍ନ ୧୧ ଘଟିକା ଠାରୁ ଅଭିଯୋଗକାରୀମାନେ ନିଜର ନାମ ପଞ୍ଜିକରଣ କରି ପାରିବେ । ଆରମ୍ଭ ହେବ । ଏଥି ନିମନ୍ତେ ୱେବ୍ ସାଇଟ୍ https://janasunani.odisha.gov.in/ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପଞ୍ଜିକରଣ କରିପାରିବେ ।
ଅଧିକ ପଢ଼ନ୍ତୁ:-ସଂଶୋଧିତ ଇଂରାଜୀ ବନାନ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ, ବ୍ୟବସାୟୀଙ୍କୁ ନାମ ଫଳକ ବଦଳାଇବାକୁ ୬ ମାସ ସମୟ
ଏହା ପରେ ଶୁଣାଣି ଦିନ ପଞ୍ଜିକୃତ ପ୍ରାପ୍ତି ସ୍ୱୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଉପରୋକ୍ତ ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ ।