ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ କାର୍ଯ୍ୟାଳୟର କିରାଣୀ। ଅବସର କାଳୀନ କ୍ଲିୟରାନ୍ସ କରାଇଦେବାକୁ ଲାଞ୍ଚ ନେଉଥିବାବେଳେ, କିରାଣୀ ପ୍ରାର୍ଥ ଶଙ୍କର ଚେଲଙ୍କୁ ଧରିଛି ଭିଜିଲାନ୍ସ ଟିମ୍।
ସୂଚନା ଅନୁଯାୟୀ, ମୋରଡା ବ୍ଲକରେ ପୂର୍ବରୁ କାର୍ଯ୍ୟରତ ଥିବା ଅବସରପ୍ରାପ୍ତ ପିଇଓ ମାଣିତ୍ରୀ ଚନ୍ଦନପୁର ଗ୍ରାମର ଗଦାଧର ସୋରେନଙ୍କ ଅବସରକାଳୀନ କାଗଜପତ୍ରର କ୍ଲିଅରେନ୍ସ କରାଇବା ପାଇଁ କିରାଣୀ ପାର୍ଥସାରଥୀ ୨ ହଜାର ଟଙ୍କା ନେଉଥିଲେ। ତେବେ ପୂର୍ବ ଯୋଜନା ମୁତାବକ, କିରାଣୀ ବାବୁ ଜଣକ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା।
ଲାଞ୍ଚ ନେବା ଭିଜିଲାନ୍ସ ଟିମ୍ କୁ ଦେଖି ପାର୍ଥସାରଥୀ ଟଙ୍କା ଗୁଡିକୁ ଫିଙ୍ଗି ଦେଇ ଅଫିସ ଭିତରକୁ ଚାଲି ଯାଇଥିଲେl ପରେ ଭିଜିଲାନ୍ସ ଟିମ୍ କେମିକାଲ ମିଶ୍ରିତ ପାଣିରେ ତାଙ୍କ ହାତ ଧୋଇବାରୁ ସେ ଲାଞ୍ଚ ନେଇଥିବାର ପ୍ରମାଣ ମିଳିଥିଲାl ଏହାପରେ ଭିଜିଲାନ୍ସ ଟିମ ତାଙ୍କୁ ଅଟକ ରଖି ପଚାରୁଚୁରା କରୁଛିl
ଅଧିକ ପଢନ୍ତୁ: ଗୋଟିଏ ଘରୁ ମିଳିଲା ୫ ମୃତ ଦେହ, ତଳେ ପଡ଼ିଥିଲେ ସ୍ତ୍ରୀ-ପିଲା, ଝୁଲନ୍ତା ଅବସ୍ଥାରେ ଥିଲେ ସ୍ୱାମୀ