ରାଜନଗର: ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା । ରାଜନଗର ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଆଜି ସକାଳୁ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ସୂଚନା ଅନୁସାରେ, ଦଶମ ଶ୍ରେଣୀ ଛାତ୍ରୀ ଜଣକ ରାକ୍ଷୀ ପୂର୍ଣ୍ଣିମା ଦିନ ପିଉସା ଘରକୁ ଆସିଥିଲେ । ଏହି ସମୟରେ ଛାତ୍ରୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ରାଜନଗର ଆଇଆଇସି ସୂଚନା ଦେଇଛନ୍ତି । ରାକ୍ଷୀ ପୂର୍ଣ୍ଣିମାରେ ଗଣଦୁଷ୍କର୍ମ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ପିଉସାଙ୍କ ସମେତ ୫ ଜଣଙ୍କୁ ଉଠାଇନେଇ ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା କରୁଛି । ଏହି ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ଯୋଗ୍ୟ, ଗତ କିଛି ଦିନ ପୂର୍ବରୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଗାଁରେ ଜଣେ ଯୁବତୀ ଘର ଭିତରେ ଜୀଅନ୍ତା ଜଳି ଯାଇଥିଲେ। କେହି ଜଣେ ତାଙ୍କୁ ବ୍ଲାକ୍ମେଲିଂ କରୁଥିଲେ ବୋଲି ଯୁବତୀଙ୍କ ବାପା ଅଭିଯୋଗ କରିଥିଲେ। ଏହି ଘଟଣାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଛି । ପୋଲିସ ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ତନାଘନା ଯାଞ୍ଚ ମଧ୍ୟ ଜାରି ରଖିଛି । ଏହି ଘଟଣାର ତଦନ୍ତ ଚାଲୁଥିଲା ବେଳେ ପୁଣି ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି ।