ବାଲୁଗାଁ: ହୁତୁହୁତୁ ହୋଇ ଜଳିଲା ଆମ୍ବୁଲାନ୍ସ। ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସର ଡ୍ରାଇଭରଙ୍କ ସମେତ ତିନି ଜଣ କର୍ମଚାରୀ। ୩୦୦ ଫୁଟ ଦୂରରେ ପଡିଛି ଆମ୍ବୁଲାନ୍ସର ଖଣ୍ଡ ବିଖଣ୍ଡିତ ପାର୍ଟସ। ତେବେ ବାଣପୁର ଆୟତପୁର ରୋଡ଼ର ଦେଓଗାଁ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା।
ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ଆମ୍ବୁଲାନ୍ସଟି ଗମ୍ଭାରୀମୁଣ୍ଡା ଫେରୁଥିବା ସମୟରେ ହଠାତ ବ୍ଲାଷ୍ଟ ହେଇଯାଇଥିଲା। ଫଳରେ ଆମ୍ବୁଲାନ୍ସ ସମ୍ପୂର୍ଣ ଜାଳିବା ଆରମ୍ଭ କରିଥିଲା। କିନ୍ତୁ ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସର ଡ୍ରାଇଭରଙ୍କ ସମେତ ତିନି ଜଣ କର୍ମଚାରୀ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ପ୍ରଥମେ ବ୍ୟାଟେରୀର ତ୍ରୁଟି ଓ ସର୍ଟସର୍କିଟ ଯୋଗୁଁ ବ୍ଲାଷ୍ଟ ହୋଇଥିବା ଜଣାପଡିଛି।