ବୈାଦ୍ଧ ଜିଲ୍ଲା ଆଦର୍ଶ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଗୈାଡଦେଇ ମନ୍ଦିର ପଛପଟେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତକ ଜଣକ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଜାମପାଲି ଗ୍ରାମର ବିଭିଷଣ ମହାରଥୀ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଯୁବକ ଜଣଙ୍କ ସକାଳେ କୈାଣସି ଏକ କାମରେ ବାହାରକୁ ଯାଇଥିଲେ । ଏବଂ ସଂଧ୍ୟା ହେବା ପରେ ମଧ୍ୟ ଘରକୁ ଫେରିନଥିଲେ । ତେଣୁ ପରିବାର ଲୋକ ବ୍ୟସ୍ତ ହୋଇ ଖୋଜାଖୋଜି କରିିଥିଲେ ମଧ୍ୟ ତାଙ୍କର କୈାଣସି ସନ୍ଧାନ ପାଇନଥିଲେ । ଏବଂ କୈାଣସି ସଂପର୍କିୟଙ୍କ ଘରକୁ ଯାଇଥିବେ ଭାବି ଆଉ ଖୋଜାଖୋଜି କରିନଥିଲେ । କିନ୍ତୁ ଆଜି ସକାଳେ ସ୍ଥାନୀୟ ଗୈାଡଦେଇ ମନ୍ଦିର ପଛପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଯୁବକଙ୍କ ମୃତଦେହ ପଡିଥିବା ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳକୁ ଯାଇଥିଲେ । ଏବଂ ସେଠାରେ ସେମାନେ ବିଭିଷଣଙ୍କ ମୃତଦେହ ଚିହ୍ନଟ କରିଛନ୍ତି । ତେବେ ମୃତଦେହ ପଡିଥିବା ପାଖରେ ଏକ ଘରୁ ରକ୍ତ ଚିହ୍ମ ଦେଖିବାକୁ ମିଳିଛି । ଯାହା ଫଳରେ ଘର ଭିତରେ ତାଙ୍କୁ ପିଟିପିଟି ହତ୍ୟା କରାଯିବା ପରେ ତାଙ୍କୁ ଆଣି ବାହାରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଏବଂ ଖବର ପାଇ ବାଘିଆପଡା ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।