ପିପିଲି: ଗତ ୨ ଦିନ ହେଲାଣି ପୁଣି ଡେଲାଙ୍ଗକୁ ଫେରିଲାଣି ବାର୍ଡ ଫ୍ଲୁ ଆତଙ୍କ । ଡେଲାଙ୍ଗରେ ଶହ ଶହ କୁକୁଡ଼ା ମରି ପଡୁଥିବାରୁ ସ୍ଥାନୀୟ ଅଞ୍ଚଳରେ ବାର୍ଡ଼ ଫ୍ଲୁ ହୋଇଥିବା ସନ୍ଦେହ କରାଯାଉଛି । ଯାହା ଏବେ କୁକୁଡ଼ା ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି । ଡେଲାଙ୍ଗ ବ୍ଲକ୍ ଅର୍ନ୍ତଗତ ବେଗୁନିଆପଡା, ତରଡା, ଶିଶୁଆପଡା, ସିଂହବ୍ରହ୍ମପୁର ଓ ବଡଆଙ୍କୁଲା ଅଞ୍ଚଳରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି । କେଉଁ କାରଣରୁ କୁକୁଡ଼ା ମରିଛନ୍ତି ତାହା ଜଣାପଡିନାହିଁ । ଅଜଣା ରୋଗ ପାଇଁ କୁକୁଡ଼ା ମରି ପଡୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
କୁକୁଡ଼ା ଚାଷୀଙ୍କ ଅଭିଯୋଗ ପରେ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସ୍ଥିତି ଅନୁଧ୍ୟାନ କରିଥିଲେ । ମୃତ କୁକୁଡାଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି । ରିପୋର୍ଟ ଆସିବା ପରେ କୁକୁଡା ମୃତ୍ୟୁର କାରଣ ଜଣାପଡିବ । ଗତବର୍ଷ ମଧ୍ୟ ଡେଲାଙ୍ଗ ଅଞ୍ଚଳରେ ବାର୍ଡ ଫ୍ଲୁ କାରଣରୁ ବହୁ କୁକୁଡ଼ାଙ୍କର ମୃତ୍ୟୁ ହୋଇଥିଲା । ଚଳିତ ବର୍ଷ ପୁଣି ଥରେ ଏତେ ସଂଖ୍ୟକ କୁକୁଡ଼ା ମରିବାର କାରଣ ବାର୍ଡ ଫ୍ଲୁ ହୋଇଥାଏ ବୋଲି ସନ୍ଦେହ କରାଯାଉଛି ।