ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବୁଧବାର ରାଜ୍ୟ ଗୃହ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ଆଇପିଏସ୍ ସ୍ତରରେ ଅଦଳବଦଳ ନେଇ ସୂଚନା ଦିଆଯାଇଛି । ଏଥିରେ ବରିଷ୍ଠ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ନକ୍ସଲ ବିରୋଧୀ ଅପରେସନ୍ ଭାବେ ଦାୟିତ୍ୱ ଦିଆଯାଇଛି ।
ସେହିପରି ଅଖିଳେଶ୍ୱର ସିଂଙ୍କୁ ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଡିଆଇଜି ଭାବେ ଦାୟିତ୍ୱ ଦେଇଛନ୍ତି ସରକାର। ଅନ୍ୟପଟେ କେଭି ସିଂଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ଅନୁପ ସାହୁଙ୍କୁ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି ।