ବାଲାଙ୍ଗିର: ଦ୍ରୁତଗତି ମହାବିପତ୍ତି । ଦ୍ରୁତଗତି ଯୋଗୁଁ ଶେଷରେ ପ୍ରାଣ ହରାଇଛନ୍ତି ବାଇକ୍ ଚାଳକ । ଏକ ବାଇକ୍ ସିଧା ବସ୍ ତଳେ ଚାପି ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ମୃତ ବ୍ୟକ୍ତିଙ୍କ ପରିଚୟ ରାଜ ଯାଦବ ବୋଲି ମୋବାଇଲ୍ ନମ୍ବରରୁ ଜଣାପଡ଼ିଛି । ଯାହାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି ।
ସିସିଟିଭିରୁ ଜଣାପଡ଼ିଛି ଯେ ଗତକାଲି ରାତିରେ ବଲାଙ୍ଗିର ସହର ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଭୟଙ୍କର ଦୁର୍ଘଟଣା ହୋଇଛି । ଏକ ବାଇକ୍ ଚାଳକ ଦ୍ରୁତଗତିରେ ଯାଉଥିବାବେଳେ ଛକ ନିକଟରେ ମୋଡ଼ ବଦଳାଉଥିବାବେଳେ ତଳେ ହୋଇଛି ଦୁର୍ଘଟଣା। ବାଇକ୍ ଟି ଭାରସାମ୍ୟ ହରାଇ ତଳେ ପଡ଼ିଯିବା ପରେ ତା ଉପରେ ବସ୍ ମାଡ଼ିଯାଇଥିଲା । ଫଳରେ ବାଇକ୍ ସହ ଚାଳକ ବସ୍ ତଳେ ଚାପି ହୋଇଯାଇଥିଲେ ।
ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଭିମଭୋଇ ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହା ସହିତ ବାଇକକୁ ମଧ୍ୟ ଜବତ କରିଛି ପୋଲିସ। ତେବେ ଦୁର୍ଘଟଣାର ସିସିଟିଭି ଭିଡ଼ିଓରୁ ଜଣାପଡିଛି ନିଜେ ବାଇକ ଆରୋହୀ ଭାରସାମ୍ୟ ହରାଇ ବସ ତଳକୁ ପଶି ଯାଇଛନ୍ତି । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।