ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ବସିବ । ବୈଠକରେ ଜରୁରୀ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ମୋହର ମାରିବାର ସମ୍ଭାବନା ରହିଛି ।
ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଏପର୍ଯ୍ୟନ୍ତ ୩୮ଟି କ୍ୟାବିନେଟ୍ ବୈଠକ ହୋଇସାରିଛି । ସେଥିରେ ‘ସୁଭଦ୍ରା’ ଯୋଜନା, ଚାଷୀଙ୍କ ପାଇଁ ସହାୟତା ଓ ବୃଦ୍ଧମାନଙ୍କ ପାଇଁ ଭତ୍ତା ଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଆସନ୍ତାକାଲି ହେବାକୁ ଥିବା ଏହି ବୈଠକର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।