ଭଦ୍ରକରେ ପୁଣି ବିଜେଡିକୁ ଝଟ୍କା ଲାଗିଛି। ଆଜି ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ବାଳ। ଦୁଇଦିନ ପୂର୍ବରୁ ଭଦ୍ରକ ଜିଲ୍ଲାର ତିନି ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ଆଜି ପୁଣି ବିଜେଡିର ବାସୁଦେବପୁର ବ୍ଳକ ଅଧ୍ୟକ୍ଷ ନଗେଦ୍ର ପ୍ରସାଦ ବିଶ୍ଵାଳ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପତ୍ର ଜିଲା ସଭାପତି ପଠାଇଛନ୍ତି। ଚାରି ବ୍ଳକ ଅଧ୍ୟକ ଇସ୍ତଫା ଦେବା ପରେ ଏବେ ଚିନ୍ତାରେ ବିଜେଡି। ଦିନକୁ ଦିନ ବିଜେଡି ସଂଗଠନ ଦୁର୍ବଳ ହେବାରେ ଲାଗିଛି। ତେବେ ବର୍ତ୍ତମାନ୍ ସେ କେଉଁ ରାଜନୈତିକ ଦଳରେ ସାମିଲ ହେବେ, ସେ ନେଇ ସ୍ପଷ୍ଟ କରିନାହାନ୍ତି।
ଜିଲାରେ ବିଜେଡି ଏକ ପ୍ରକାର ଧରାଶାୟୀ ହୋଇଯାଇଛିl ଜିଲାର ସମସ୍ତ ୭ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ଅକ୍ତିଆର କରିଥିଲା। କିନ୍ତୁ ଏକାଥରେ ୪ ବ୍ଲକ ଅଧ୍ୟକ୍ଷ ଓ କିଛି କର୍ମକର୍ତ୍ତାଙ୍କ ଇସ୍ତଫା ବିଜେଡିକୁ ଦୁର୍ବଳ କରିଦେବ ବୋଲି ଆଲୋଚନା ହେଉଛି। ସେପଟେ ଚାରି ବ୍ଲକ ଅଧ୍ୟକ ଛାଡିବାପରେ ଭଦ୍ରକ ନେତା ମାନଙ୍କୁ ଡାକି ନବୀନ ନିବାସରେ ବୈଠକ କରିଛନ୍ତି ବିଜେଡି ସୁପ୍ରିମୋ। ଏହି ବୈଠକରେ ବିଧାୟକ ସଞ୍ଜୀବ ମଲ୍ଳୀକ, ବରିଷ୍ଠ ନେତା ପ୍ରଫୁଲ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ସହ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି।
ଅଧିକ ପଢନ୍ତୁ: ଭଦ୍ରକରେ ଭୁଶୁଡ଼ୁଛି ବିଜେଡ଼ି ଗଡ଼, ପୁଣି ଦଳ ଛାଡ଼ିଲେ ୫ ସମିତି ସଭ୍ୟ ଏବଂ ତୁଙ୍ଗ ନେତା