ଭୁବନେଶ୍ୱର: ରାଜ୍ୟରେ ହବ ଆଇଟି ହବ୍। ୧୬ ମାସରେ ଖୋଲିଛି ୩୩ ଟି ନୂଆ ଆଇଟି କମ୍ପାନୀ। ୨୫୨୮ ଜଣଙ୍କୁ ମିଳିଛି ନିଯୁକ୍ତି। ବର୍ତ୍ତମାନ ସୁଦ୍ଧା ୩୫୦ ଆଇଟି କମ୍ପାନୀ ଓଡ଼ିଶାରେ କାର୍ଯ୍ୟରତ ଅଛନ୍ତି। ୩୫ ହଜାରରୁ ଉର୍ଦ୍ଧ୍ଵ ଯୁବକ ଯୁବତୀ ଏଥିରେ କାର୍ଯ୍ୟ କରୁଛନ୍ତି।
ତେବେ ବିଶ୍ଵରେ ଓଡ଼ିଶା ସପ୍ଟୱେୟାରର ଚାହିଦା ଅଧିକ ରହିଛି। ଆଇଟି କ୍ଷେତ୍ରରେ ଦେଶର ପ୍ରଥମ ୧୦ ରାଜ୍ୟରେ ରହିଛି ଓଡ଼ିଶା। ୨୦୨୪-୨୫ରେ ୮୫୦୦ କୋଟି ଟଙ୍କାର ସପ୍ଟୱେୟାର ରପ୍ତାନୀ କରାଯାଇଛି। ଗୃହରେ ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲିଖିତ ଉତ୍ତର ରଖିଛନ୍ତି।
ଅଧିକ ପଢନ୍ତୁ: ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଡା ଜବାବ, ମାତ୍ର ଦେଢ଼ ବର୍ଷରେ ୫୧୯୫ ମେଡିକାଲ୍ ଅଫିସର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତ ହୋଇଛନ୍ତି