ବୌଦ୍ଧ ସହରର ପୋଡାପଡା ଛକରେ ଥିବା ମୁଖ୍ୟ ଡାକ ଘରୁ ଲକର୍ ଭାଙ୍ଗି ଲୁଟ ହୋଇଥିବା ଅଭିଯୋଗ l ସୂଚନା ଅନୁଯାୟୀ ବୌଦ୍ଧ ସହର ମଧ୍ୟ ଭାଗରେ ଅବସ୍ଥିତ ୧୦୦ ବର୍ଷ ପୁରୁଣା ମୁଖ୍ୟ ଡାକ ଘର କୋଠାରୁ ଗତ ବିଳମ୍ବିତ ରାତିରେ ଲୁହା ଗ୍ରିଲ୍ କାଟି ପୋଷ୍ଟ ଅଫିସର ପଛ ପଟରୁ ପୋଷ୍ଟ ଅଫିସକୁ ପଶି ଲୁଟ୍ କରିଛନ୍ତି ଚୋର।
ସୂଚନାଅନୁଯାୟୀ ସୋମବାର ସକାଳେ ଯେତେବେଳେ ପୋଷ୍ଟ ଅଫିସ ଖୋଲିବା ପାଇଁ କର୍ମଚାରୀ ଆସିଥିଲେ ମୁଖ୍ୟ କବାଟ ଖୋଲି ଭିତରକୁ ଯାଇଥିଲେ ଦେଖିବାକୁ ପାଇଥିଲେ ଯେ ଅଫିସର ପଛ ପଟଗ୍ରିଲ୍ କୁ କଟର ମେସିନ ସାହାଯ୍ୟରେ କାଟି ଭିତରକୁ ଯାଇ ସିସିଟିଭି କ୍ୟାମେରା ତାର କଟାଯାଇଛି । ଏଥିସହ ଲକରକୁ ମଧ୍ୟ କାଟି ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଦେଖିବାକୁ ପାଇଥିଲେ । ସବୁ ଦେଖି ପ୍ରଥମେ ପୋଷ୍ଟ ମାଷ୍ଟରଙ୍କୁ ଖବର ଦେଇଥିଲେ ଓ ପୋଷ୍ଟ ମାଷ୍ଟର ପୋଲିସ କୁ ଖବର ଦେବlରୁ ଘଟଣା ସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଓ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋଏଲ୍, ଉପ ଖଣ୍ଡ ପୋଲିସ୍ ଅଧିକାରୀ ଲରେନ୍ସ ରାଉତରାୟଙ୍କ ଆସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି l