ରଘୁନାଥପୁର: ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଏସକର୍ଟ ଗାଡ଼ି ଭିତରକୁ ପଶି ଆସି ଜଣେ ବୃଦ୍ଧା ମହିଳା ଗୁରୁତର ଆହତ ହୋଇଛନ୍ତି । ବୃଦ୍ଧାଙ୍କୁ ପ୍ରଥମେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଛି । ଏହା ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ସୋମବାର ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପାରାଦୀପରୁ ଭୁବନେଶ୍ଵର ଅଭିମୁଖେ ଯାଉଥିଲେ । ତାରପୁର ଛକ ନିକଟରେ ଜଣେ ବୃଦ୍ଧା ମନ୍ତ୍ରୀଙ୍କ ପାଇଲଟ ଗାଡ଼ି ସାମ୍ନାକୁ ଚାଲି ଆସିଥିଲେ । ଫଳରେ ବୃଦ୍ଧା ଜଣକ ତଳେ ପଡ଼ିଯାଇଥିଲେ । ତାଙ୍କୁ ମୁଣ୍ଡରେ ଶକ୍ତ ଆଘାତ ଲାଗି ରକ୍ତ ସ୍ରାବ ହୋଇଥିଲା । ମନ୍ତ୍ରୀ ତୁରନ୍ତ ବୃଦ୍ଧା ଜଣଙ୍କୁ ନିଜ ଗାଡ଼ିରେ ନିକଟସ୍ତ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଶିଳ୍ପ ମନ୍ତ୍ରୀ ମଧ୍ୟ ପୁଣି ଥରେ ଭୁବନେଶ୍ଵର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।