ବ୍ରହ୍ମପୁର: ଲାଞ୍ଚ ନେଇ ଧରା ପଡିଲେ ବ୍ରହ୍ମପୁରର ମହିଳା ଥାନା ASI ବବିତା ସୁନା। ଏକ ମାମଲାର ରଫାଦଫା ପାଇଁ ୧୦ହଜାର ତାଙ୍କ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ। ଏହି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ। ଏ ଏସ୍ ଆଇ ବବିତା ସୁନାକୁ ନିଜ ହେପାଜତକୁ ନେଇଛନ୍ତି ଭିଜିଲାନ୍ସ ବିଭାଗ। ସେଠାରେ ରଖି ପଚରାଉଚରା କରାଯାଉଛି। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ଏସ୍ପି ପ୍ରଦୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।
ଟିମ୍ ମହିଳା ଥାନାରୁ ପୋଲିସ ଅଧିକାରୀ ବବିତା ସୁନାଙ୍କ ସମସ୍ତ କାଗଜପତ୍ର ଜବତ କରିଛି । ଏକ ମାମଲା ରଫାଦଫା ପାଇଁ ଉକ୍ତ ପୋଲିସ ଏଏସ୍ଆଇ ଜଣଙ୍କ ଟଙ୍କା ଲାଞ୍ଚ ନେଉଥିବା ଜଣାପଡ଼ିଛି । ତାଙ୍କର ବାସଭବନ ସମେତ ଅନେକ ସ୍ଥାନରେ ଟିମ୍ ଚଢ଼ାଉ କରିବ ବୋଲି ଏସ୍ପି ସୂଚନା ଦେଇଛନ୍ତି ।